Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ: ସାରି ଦିଅନ୍ତୁ ଜରୁରୀ କାମ

5/07/2021 at 2:41 PM

ନୂଆଦିଲ୍ଲୀ ୦୫/୦୭ : ଜୁଲାଇ ମାସରେ ରାଷ୍ଟ୍ରୀୟ, ରାଜ୍ୟ ଓ କ୍ଷେତ୍ର ଅବକାଶ ଅନୁଯାୟୀ ୧୫ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ। ବ୍ୟାଙ୍କ ୧୫ ଦିନ ବନ୍ଦ ରହିବା ଯୋଗୁଁ ଲୋକଙ୍କୁ ବ୍ୟାଙ୍କ କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସେଥିପାଇଁ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଚେକ କରିନେବା ଉଚିତ। ତେବେ ବ୍ୟାଙ୍କ ଛୁଟି ସମୟରେ ଅନଲାଇନ କାରବାରରେ କୌଣସି ଅସୁବିଧା ହେବନାହିଁ। ତେବେ ବ୍ୟାଙ୍କ ବନ୍ଦ ହେବା ଯୋଗୁଁ ଏଟିଏମରେ କ୍ୟାସ ସମସ୍ୟା ହୋଇପାରେ।

ସୂଚନା ଅନୁଯାୟୀ, ଜୁଲାଇରେ ପର୍ବ ପର୍ବାଣି ଓ ଅନ୍ୟାନ୍ୟ ଛୁଟି ସହ ଶନିବାର ଓ ରବିବାର ଅବକାଶକୁ ମିଶାଇ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଜୁଲାଇରେ ପର୍ବପର୍ବାଣି ଯୋଗୁଁ ବ୍ୟାଙ୍କ ୯ ଦିନ ବନ୍ଦ ରହିବ। ତା’ଛଡା ଶନିବାର ଓ ରବିବାର ଛୁଟି ମଧ୍ୟ ସାମିଲ ହେବ।

ଜୁଲାଇ ୪ ତାରିଖ, ରବିବାର – ରବିବାର
ଜୁଲାଇ ୧୦, ଶନିବାର – ଦ୍ୱିତୀୟ ଶନିବାର
ଜୁଲାଇ ୧୧, ରବିବାର – ରବିବାର
ଜୁଲାଇ ୧୨, ସୋମବାର – କାଙ୍ଗ ପର୍ବ
ଜୁଲାଇ ୧୩, ମଙ୍ଗଳବାର – ଭାନୁ ଜୟନ୍ତୀ
ଜୁଲାଇ ୧୪, ବୁଧବାର – ଦ୍ରୁକପା ତ୍ସେଚି
ଜୁଲାଇ ୧୬, ଶୁକ୍ରବାର – ହରେଲା ପର୍ବ
ଜୁଲାଇ ୧୭, ଶନିବାର – ଖାରଚି ପୂଜା
ଜୁଲାଇ ୧୮, ରବିବାର – ରବିବାର
ଜୁଲାଇ ୧୯, ସୋମବାର – ଗୁରୁ ରିମ୍ପୋଚଛେ ଥୁଙ୍ଗକର ତ୍ସେଚୁ
ଜୁଲାଇ ୨୦, ମଙ୍ଗଳବାର – ବକାରୀଦ
ଜୁଲାଇ ୨୧, ବୁଧବାର – ଇଦ-ଉଲ-ଜୁହା
ଜୁଲାଇ ୨୪, ଶନିବାର – ଚତୁର୍ଥ ଶନିବାର
ଜୁଲାଇ ୨୫, ରବିବାର – ରବିବାର
ଜୁଲାଇ ୩୧, ଶନିବାର – କେର ପୂଜା

ତେବେ ଏହି ଛୁଟି ସବୁ ରାଜ୍ୟରେ ଲାଗୁ ହେବନାହିଁ। ରାଜ୍ୟ ଅନୁଯାୟୀ ପର୍ବପର୍ବାଣି ଛୁଟି ହେବ। ସୂଚନା ଅନୁଯାୟୀ, ଆରବିଆଇ ଛୁଟି ସବୁ ରାଜ୍ୟରେ ଏକାସଙ୍ଗେ ଲାଗୁ ହୋଇନଥାଏ। ରାଜ୍ୟ ହିସାବରେ ବ୍ୟାଙ୍କ ଛୁଟି ହୋଇଥାଏ। ସେଥିପାଇଁ ଆରବିଆଇ ଅଫିସିଆଲ ୱେବସାଇଟକୁ ଯାଇ ବ୍ୟାଙ୍କ ଛୁଟି ତାଲିକା ଚେକ କରି ଜାଣି ପାରିବେ କେଉଁ ରାଜ୍ୟରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।

   Related Posts