ଗ୍ରାହକଙ୍କୁ ଜମା ଉପରେ ଦେଉଥଲା ଅଧିକ ସୁଧ, ଜାଣନ୍ତୁ Yes Bank ବୁଡିଲା କିପରି?

Published By : Prameya-News7 Bureau | March 06, 2020 IST

ଘରୋଇ କ୍ଷେତ୍ରର ଇୟେସ୍ ବ୍ୟାଙ୍କ ଆଜି ତାର ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ବ୍ୟାଙ୍କର ଅବସ୍ଥା ଏତେ ଖରାପ ଯେ ତାକୁ ବଞ୍ଚାଇବା ଲାଗି ଏବେ ଉଦ୍ୟମ କରାଯାଉଛି। ସେୟାର ବଜାରରେ ବ୍ୟାଙ୍କରସେୟାର ଲଗାତାର ହ୍ରାସ ହେବାରେ ଲାଗିଛି। ଶୁକ୍ରବାର ବ୍ୟାଙ୍କର ସେୟାର ୫୦ ପ୍ରତିଶତ ତଳେ ଟ୍ରେଡିଂ କରିଛି। ଏଥିରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ବ୍ୟାଙ୍କର ଏପରି ଅବସ୍ଥା ହେଲା କିପରି?

ଏକ ସମୟ ଥିଲା ସାରା ଦେଶରେ ବ୍ୟାଙ୍କର ଶାଖା ଖେଳାଇ ହୋଇରହିଥିଲା। ଏକଥା ବି ମନେ ପକାଇ ଦିଆଯାଇପାରେ ବ୍ୟାଙ୍କ ତାର ଗ୍ରାହକଙ୍କୁ ସାର୍ବଜନିକ ଉପକ୍ରମର ବ୍ୟାଙ୍କ ଅପେକ୍ଷା ଜମା ରାଶି ଉପରେ ଅଧିକ ସୁଧବି ଦେଉଥିଲା। ଯେଉଁଥି ଲାଗି ଗ୍ରାହକଙ୍କ ମଧ୍ୟରେ ବେଶ ଆଦ୍ରୁତ ଥିଲା ଇୟେସ୍ ବ୍ୟାଙ୍କ। ତେବେ ଆସନ୍ତୁ ଜାଣିବା କେମିତି ଉତ୍ପତି ହୋଇଥିଲା ଇୟେସ୍ ବ୍ୟାଙ୍କର ଓ କିପରି ଫଶିଲା ସମସ୍ୟାରେ।

୨୦୦୪ ମସିହାରେ ଦେଶରେ ଇୟେସ୍ ବ୍ୟାଙ୍କ କାରବାର ଆରମ୍ଭ କରିଥିଲା। ଏହି ବ୍ୟାଙ୍କକୁ ରାଣା କପୁର ତାଙ୍କ ପରିବାର ସମ୍ପର୍କୀୟଙ୍କ ସହ ମିସି ଆରମ୍ଭ କରିଥିଲେ। ଦେଖୁ ଦେଖୁ ଦେଶର ଘରୋଇ କ୍ଷେତ୍ରର ସବୁଠୁ ବଡ ବ୍ୟାଙ୍କ ହୋଇ ଛିଡା ହୋଇଥିଲା। ପ୍ରାଇଭେଟ୍ ବ୍ୟାଙ୍କିଙ୍ଗରେ ଚତୁର୍ଥ ବଡ ବ୍ୟାଙ୍କ ଭାବେ ଉଭା ହୋଇଥିଲା ଇୟେସ୍ ବ୍ୟାଙ୍କ। ସାରା ଦେଶରେ ଇୟେସ୍ ବ୍ୟାଙ୍କର ୧୦୦୦ରୁ ଅଧିକ ବ୍ରାଞ୍ଚ  ରହିଛି। ସେହିପରି ସାରା ଦେଶରେ ଗ୍ରାହକଙ୍କ ସୁବିଧା ଲାଗି   ୧ହଜାର ୮୦୦ଟି ଏଟିଏମ କାଉଣ୍ଟର କାମ କରୁଛି ।

ଅନ୍ୟ ବ୍ୟାଙ୍କଠାରୁ ସଞ୍ଚାଳନରେ ଭିନ୍ନ ଥିଲା ଇୟେସ୍ ବ୍ୟାଙ୍କର
ଘରୋଇ କ୍ଷେତ୍ରର ଏହି ବ୍ୟାଙ୍କ ଗ୍ରାହକଙ୍କୁ ସେବା ଦେବାରେ ଏପର୍ଯ୍ୟନ୍ତ ସବୁଠୁ ଉତ୍ତମ ବ୍ୟାଙ୍କ ସାବ୍ୟସ୍ତ ହୋଇଥିଲା। ଏହା ଏକ ଏପିର ବ୍ୟାଙ୍କ ଯାହାର ସ୍ୱତନ୍ତ୍ର ମହିଳା ବ୍ରାଞ୍ଚ ବି ଥିଲା। ଇୟେସ୍ ଗ୍ରେସ୍ ବ୍ରାଞ୍ଚର ସମସ୍ତ କର୍ମଚାରୀ  ଥିଲେ ମହିଳା। କେବଳ ଏତିକି ନୁହେଁ ସରା ଦେଶରେ ୩୦ରୁ ଅଧିକ ଇୟେସ୍ ଏସଏମଆଇ ବ୍ରାଞ୍ଚ ଥିବାବେଳେ ଏଗୁଡିର ସେବା ମଧ୍ୟ ଉଲ୍ଲେଖନୀୟ ଥିଲା।

{"id":233870,"sizeSlug":"large"}

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରୁ ପଡିଥିଲା ବରବାଦର ନିଅଁ
ଇୟେସ୍ ବ୍ୟାଙ୍କର ପ୍ରାରମ୍ଭ ବେଶ ଉଲ୍ଲେଖନୀୟ ଥିଲା। ଗ୍ରାହକଙ୍କ ବିଶ୍ୱାସ ଭାଜନ ହେବାସହ ସେବା ଲାଗି ବେଶ୍ ଆଦ୍ରୁତି ଲାଭ କରିଥିଲା। ଲୋକେ କ୍ରମେ ବ୍ୟାଙ୍କ ସହ ଯୋଡି ହୋଇଯାଇଥିଲେ। ହେଲେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବ୍ୟାଙ୍କର ନିଅଁକୁ ଦୋହଲାଇ ଦେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ବ୍ୟାଙ୍କର ସଂସ୍ଥାପକ ଅଶୋକ କପୁରଙ୍କ ମୃତ୍ୟୁ ହୋଇଥିଲା।  ଅଶୋକଙ୍କ ପରେ ତାଙ୍କ ପତ୍ନୀ ମଧୂ କପୁର ଓ ରାଣା କପୁରଙ୍କ ମଧ୍ୟରେ ବିବାଦ ହିଁ ବ୍ୟାଙ୍କକୁ ଏହି ସ୍ଥିତିକୁ ନେଇଆସିଛି। ବ୍ୟାଙ୍କର ମାଲିକାନାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଯୋଗୁ ପରିଚାଳନା ବିଭ୍ରାଟରୁ ଏପରି ପରିସ୍ଥିତି ଉପୁଜିଛି।

କୋର୍ଟରେ ପହଞ୍ଚିଥିଲା ମାମଲା
ଅଶୋକଙ୍କ ମୃତ୍ୟୁ ପରେ ବ୍ୟାଙ୍କର ମାଲିକାନା ନେଇ ମଧୂ ଓ ରାଣା କପୁରଙ୍କ ଝଗଡା କୋର୍ଟରେ ବି ପହଞ୍ଚିଥିଲା। ମାମଲାର ଶୁଣାଣି ମୁମ୍ବାଇ କୋର୍ଟରେ ହୋଇଥିବା ବେଳେ ରାୟ ରାଣା କପୁରଙ୍କ ସପକ୍ଷରେ ଆସିଥିଲା। କୋର୍ଟଙ୍କ ରାୟ ପରେ ସ୍ୱଭାବିକ ହୋଇଯାଇଥିଲା ବ୍ୟାଙ୍କ, ରଣବୀର ଗିଲ ହୋଇଥିଲେ ଇୟେସ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ। ସଫଳତାର ଶିର୍ଷରେ ପହଞ୍ଚିଥିଲା ଇୟେସ୍ ବ୍ୟାଙ୍କ। ମାତ୍ର ଗୋଟିଏ ଦଶକରେ ବ୍ୟାଙ୍କ ୩ ଲକ୍ଷ କୋଟି ଟଙ୍କା ଆସେଟର ବ୍ୟାଙ୍କରେ ପରିଣତ ହୋଇଥିଲା। ଷ୍ଟକ୍ ମାର୍କେଟ୍‌ରେ ଇୟେସ ବ୍ୟାଙ୍କର ସେୟାର ଆକାଶ ଛୁଇଁଥିଲା। ଏପରି ଏକ ସମୟ ଆସିଥିଲା ଯେତେବେଳେ  ଇଏସ୍ ବ୍ୟାଙ୍କର ଗୋଟିଏ ଗୋଟିଏ ସେୟାର ୧ହଜାର ୪୦୦ ଟଙ୍କାରେ ବିକ୍ରି ହୋଇଥିଲା।

{"id":233872,"sizeSlug":"large"}

ସନ୍ଦେହ ହୋଇଥିଲା ଆରବିଆଇଙ୍କୁ
ଇୟେସ୍ ବ୍ୟାଙ୍କର ପ୍ରଶିଦ୍ଧି ହିଁ ଏହା ଲାଗି ସମସ୍ୟାର କାରଣ ପାଲଟିଥିଲା। ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ଏହାର କାରବାରକୁ ନେଇ ସନ୍ଦେହ କରିବାକୁ ଲାଗିଲେ। ବ୍ୟାଙ୍କ କିଛି ଲୁଚାଉଥିବାର ତାଙ୍କର ସନ୍ଦେହ ହୋଇଥିଲା। ଏଥିରେ ହୁଏତ ଇୟେସ୍ ବ୍ୟାଙ୍କ ତାର ଏନପିଏ ଅଥବା ବାଲାନ୍ସ ସିଟ୍‌ରେ ଗଡବଡ କରୁଥାଇପାରେ ବୋଲି ବି ସନ୍ଦେହ କରିଥିଲେ। ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି।

ବ୍ୟାଙ୍କର ସାମର୍ଥ୍ୟ ହେଲା ବିନାଶର କାରଣ
ଇୟେସ୍ ବ୍ୟାଙ୍କ ତାଙ୍କ ଗ୍ରାହକଙ୍କୁ ସାଧାରଣ ବ୍ୟାଙ୍କ ଅପେକ୍ଷା ଜମାରାଶି ଉପରେ ଅଧିକ ସୁଧ ଦେଉଥିଲେ। ଏଣୁ ଗ୍ରାହକଙ୍କ  ମନରେ ରାଜ କରୁଥିଲା ଇୟେଶ ବ୍ୟାଙ୍କ। ଏହା ଛଡା ଯେଉଁ କମ୍ପାନୀମାନଙ୍କୁ ଅନ୍ୟ ବ୍ୟାଙ୍କମାନେ ଋଣ ଦେଉନଥିଲେ ସେମାନଙ୍କୁ ବ୍ୟାଙ୍କ ବେଶ ସହଜରେ ଋଣ ଦେଇଦେଉଥିଲା। ଏହି ସବୁ କମ୍ପାନୀମାନଙ୍କର ବାଲାନ୍ସ ସିଟ୍‌ ସ୍ପଷ୍ଟ ନଥିଲା ଅଥବା ସେମାନେ ଡିଫଲ୍ଟର ଥିଲେ। ଏଣୁ ଏଭଳି ସଂସ୍ଥାମାନେ ଇୟେସ୍ ବ୍ୟାଙ୍କରୁ ଋଣ ନେଇ ଦେବାଳିଆ ହୋଇଯାଇଥିଲେ। ଫଳରେ ଇୟେସ୍ ବ୍ୟାଙ୍କର ଏନପିଏ ଆକାଉଣ୍ଟ ସଂଖ୍ୟା ବଢିବାରେ ଲାଗିଥିଲା।

କ’ଣ ପାଇଁ ବରବାଦ ହୋଇଥିଲା ବ୍ୟାଙ୍କ
ବ୍ୟାଙ୍କର ମାଲିକ ରାଣା କପୁରଙ୍କ କର୍ପୋରେଟ ସେକ୍ଟର ସହ ସମ୍ପର୍କ ଉତ୍ତମ ଥିଲା। ବ୍ୟାଙ୍କ ୨୦୦୮ ମସିହା ପରେ ଅଧିକ ଋଣ ଦେବା ଆରମ୍ଭ କରିଥିଲା। ଏହି ସମୟରେ ଦେଶ ଆର୍ଥିକ ମାନ୍ଦାବସ୍ଥା ଆଡକୁ ମୁହାଁଇଥିବାବେଳେ ଇୟେସ୍ ବ୍ୟାଙ୍କରୁ ଋଣ ନେଇଥିବା କର୍ପୋରେଟ୍ ସେକ୍ଟର ଦେବାଳିଆ ହୋଇଯାଇଥିଲେ। ଫଳରେ ବ୍ୟାଙ୍କର ଏନପିଏ ଆକାଉଣ୍ଟ ସଂଖ୍ୟା ବଢିଯାଇଥିଲା। ବ୍ୟାଙ୍କ ନିଜ ଆଡୁ ପରିସ୍ଥିତିର ସୁଧାର ଲାଗି ଖୁବ୍ ଉଦ୍ୟମ କରିଥିଲା। ହେଲେ ଏଥିରେ ସଫଳ ହୋଇନଥିଲା।

କାର୍ଯ୍ୟାନୁଷ୍ଠାନ କରିଥିଲେ ଆରବିଆଇ
ଇୟେସ୍ ବ୍ୟାଙ୍କ ଆରବିଆଇଙ୍କୁ ସଠିକ ବାଲାନ୍ସ ସିଟ୍ ଦେବାରେ ବିଫଳ ହୋଇଥିଲା। ଏଣୁ ରାଣା କପୁରଙ୍କୁ ପଦ ଛାଡିବା ଲାଗି ଆରିବିଆଇ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କର ଖରାପ ପରିସ୍ଥିତି ଯୋଗୁ ସହ ସଂସ୍ଥାପକ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ। ସେହିପରି ବ୍ୟାଙ୍କ ମାସେଜିଂ ସପ୍ଛୱେର ସ୍ୱିଫ୍ଟର ନିୟମ ପାଳନ କରୁନଥିଲା। ଏଣୁ ଆରବିଆଇ ବ୍ୟାଙ୍କକୁ ୧ କୋଟି ଟଙ୍କା  ଜରିମାନା ନିର୍ଦ୍ଦେଶଦେଇଥିଲେ। ଗତ ଅଗଷ୍ଟ ମାସରେ ମୁଡିଜରେ ବ୍ୟାଙ୍କର ରେଟିଂ ହ୍ରାସ ହୋଇଥିଲା। ବ୍ୟାଙ୍କର ଏଭଳି ଅବସ୍ଥା ଲାଗି ରାଣା କପୁରଙ୍କୁ ତାଙ୍କ ସେୟାର ବିକିବାକୁ ପଡିଥିଲା। ଫଳରେ ଗତ ଅକ୍ଟୋବରରେ ବ୍ୟାଙ୍କରେ ରାଣା କପୁର ଓ ତାଙ୍କ ଗ୍ରୁପର ଭାଗୀଦାରୀ ୪.୭୨କୁ ହ୍ରାସ ହୋଇଥିଲା। ସେପ୍ଟେମ୍ବର ୨୦୧୯ରେ ବ୍ୟାଙ୍କର ଗ୍ରୁପ ପ୍ରେସିଡେଣ୍ଟ ରଜତ ମୋଙ୍ଗା ତାଙ୍କର ସେୟାର ବି  ବିକିଦେଇଥିଲେ। ଅକ୍ଟୋବର ୩ ତାରିଖରେ ତାଙ୍କର ଇସ୍ତଫା ବ୍ୟାଙ୍କ ଗ୍ରହଣ କରିନେଇଥିଲା।  କେବେ ୧୪ଶହ ଟଙ୍କାରେ କାରବାର ହେଉଥିବା ସେୟାରର ମୂଲ୍ୟ ବଜାରରେ ୩୬ ଟଙ୍କାକୁ ଚାଲିଆସିଥିଲା।

{"id":233873,"sizeSlug":"large"}

ଏବେ ଆରବିଆଇ ଇୟେସ୍ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇଦେଇଛନ୍ତି। ୫୦ ହଜାରରୁ ଅଧିକ ଉଠାଣ ଉପରେ କଟକଣା ଲାଗିଛି। ଅର୍ଥାତ ଗ୍ରାହକ ମାସକୁ ବ୍ୟାଙ୍କରୁ ଏବେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.