Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ

2/12/2021 at 12:41 PM

ନୂଆଦିଲ୍ଲୀ ୨।୧୨: ଦୁଇ ସରକାରୀ ବ୍ୟାଙ୍କର ପ୍ରସ୍ତାବିତ ଘରୋଇକରଣ ବିରୋଧରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏସବିୟୁ)ର ଆନ୍ଦୋଳନ ଚେତାବନୀ । ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ ଦୁଇ ଦିନିଆ ହରତାଳ ଚେତାବନୀ ଦେଇଛି । ୟୁଏଫବିୟୁ ଅଧିନରେ ବ୍ୟାଙ୍କଗୁଡିକର ୯ଟି ସଂଗଠନ ଆସୁଛି । ଉଲ୍ଲେଖଯୋଗ୍ୟ ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଆରମ୍ଭରେ ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ୍ ଉପସ୍ଥାପନ କରିବା ବେଳେ ସାର୍ବଜନୀନ କ୍ଷେତ୍ରର ଦୁଇଟି ବ୍ୟାଙ୍କର ଘରୋଇକରଣର ଘୋଷଣା କରିଥିଲେ ।

ଏହା ପୂର୍ବରୁ ସରକାର ୨୦୧୯ରେ ଆଇଡିବିଆଇ ବ୍ୟାଙ୍କରେ ଥିବା ଅଧିକାଂଶ ଅଂଶଧନକୁ LICକୁ ବିକ୍ରି କରି ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିଦେଇଥିଲେ । ଏହା ବ୍ୟତୀତ ଗତ ୪ ବର୍ଷ ମଧ୍ୟରେ ୧୪ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରାଯାଇସାରିଛି । ସରକାର ବ୍ୟାଙ୍କିଙ୍ଗ ଅଧିନିୟମ (ସଂଶୋଧନ) ବିଧେୟକ, ୨୦୨୧କୁ ସଂସଦ ଅଧିବେଶନରେ ଆଗତ କରି ପାରିତ କରିବାକୁ ତାଲିକାଭୁକ୍ତ କରିଛି ।

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ମହାସଚିବ ସି ଏଚ ଭେଙ୍କଟାଚାଲମ୍ କହିଛନ୍ତି, ଏହାକୁ ଦେଖି ୟୁଏଫବିୟୁ ଘରୋଇକରଣର ନିଷ୍ପତ୍ତିକୁ ବିରୋଧ କରିବାକୁ ନିର୍ଣ୍ଣୟ କରିଛି ।

   Related Posts