ଏଥର ସକାଳ୧୦ଟାରେ ନୁହେଁ, ଏହି ସମୟରେ ଖୋଲିବ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ସେପଟେମ୍ବର ମାସରୁ ଲାଗୁ ହେବ ନିୟମ!

Published By : Prameya-News7 Bureau | August 12, 2019 IST

ବ୍ୟାଙ୍କ ସମ୍ପର୍କିତ କୌଣସି କାମ କରିବା ପାଇଁ ଲୋକେ ସକାଳ ୧୦ଟା ବାଜିବା ଯାଏଁ ଅପେକ୍ଷା କରନ୍ତି। କାରଣ ଅଧିକାଂଶ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସକାଳ ୧୦ଟାରେ ଖୋଲେ। ହେଲେ ଏବେ ଏହି ନିୟମରେ ପରିବର୍ତ୍ତନ ହେବ। ଗ୍ରାହକଙ୍କ ସମୟ ଅନୁସାରେ ବ୍ୟାଙ୍କର ଟାଇମିଂ ବଦଳାଯିବ। ସକାଳ ୯ଟା ସମୟରୁ ବ୍ୟାଙ୍କ ଖୋଲିବା ପାଇଁ ନିୟମ ଲାଗୁ ହୋଇପାରେ।

{"id":143627}

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ସବୁ ବ୍ୟାଙ୍କ ଓ ଆରଆରବିକୁ ସକାଳ ୯ଟାରେ ଖୋଲିବାକୁ ଆଦେଶ ଦେଇଛି। ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ ବ୍ୟାଙ୍କ ଖୋଲିବାର ସମୟ ସମାନ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଜୁନ ମାସରେ ବ୍ୟାକିଂ ଡିଭିଜନ ଏ ନେଇ ଆଲୋଚନା କରିବା ପାଇଁ ବୈଠକ ଡାକିଥିଲେ। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ବ୍ୟାଙ୍କ ଶାଖା ଗୁଡିକ ଗ୍ରାହକଙ୍କ ସୁବିଧା ଅନୁସାରେ ଖୋଲା ହେବା ଜରୁରୀ। ତେଣୁ ଏହି ନୂଆ ନିୟମ ସେପଟେମ୍ବର ମାସରୁ ଲାଗୁ ହେବ।

{"id":143628}


ଗ୍ରାହକଙ୍କ ସୁବିଧା ଅନୁସାରେ ଭାରତୀୟ ବ୍ୟାଙ୍କିଂ ଆସୋସିଏଶନ ବ୍ୟାଙ୍କ ଖୋଲିବାର ୩ଟି ସମୟର ପ୍ରସ୍ତାବ ଦେଇଛନ୍ତି। ପ୍ରଥମ ହେଉଛି ସକାଳ ୯ଟାରୁ ୩ଟା, ଦ୍ବିତୀୟ ହେଉଛି ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ଓ ତୃତୀୟ ହେଉଛି ସକାଳ ୧୧ଟାରୁ ସନ୍ଧ୍ୟା ୫ଟା।ବ୍ୟାଙ୍କ ଖୋଲିବାର ନୂଆ ସମୟ ସେପଟେମ୍ବର ମାସରୁ ଲାଗୁ ହେବ ଓ ଏଥିପାଇଁ ସବୁ ପ୍ରକ୍ରିୟା ମଧ୍ୟ ସରିଯାଇଛି। ଏବେ କେବଳ ସମନ୍ବୟ କମିଟି ନିଷ୍ପତ୍ତି ନେବ ଯେ, ୩ଟି ସମୟ ମଧ୍ୟରୁ ସେ କେଉଁ ସମୟ ଉଚିତ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.