ଆଜି, ଆସନ୍ତାକାଲି ଦୁଇଦିନ ବ୍ୟାଙ୍କ ବନ୍ଦ : ଗୁରୁବାର ହେବ ବ୍ୟାଙ୍କ କାମ

Published By : Prameya-News7 Bureau | January 08, 2019 IST

ଦିଲ୍ଲୀ ୮/୧ : ଜାନୁଆରୀ ୮ତାରିଖ ଏବଂ ୯ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିଛି | ବ୍ୟାଙ୍କ ବନ୍ଦ ଯୋଗୁଁ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି | ଗୁରୁବାର ଦିନ ବ୍ୟାଙ୍କ ଖୋଲିଲେ ବ୍ୟାଙ୍କ କାମ ହେବ | ୧୦ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଏହି ଧର୍ମଘଟ କରୁଛନ୍ତି | କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ହିତରେ କୌଣସି ପଦକ୍ଷେପ ନେଉନଥିବା ଏହି ସଂଗଠନଗୁଡିକ ଅଭିଯୋଗ କରିଛନ୍ତି | ଏନେଇ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟୀ ଆସୋସିଏସନ (ଏଆଇବିଇଏ) ଏବଂ ବ୍ୟାଙ୍କ ଏମ୍ପ୍ଲୟୀ ଫେଡେରେସନ ଅଫ ଇଣ୍ଡିଆ (ବିଇଏଫଆଇ) କୁ ସୂଚନା ଦିଆଯାଇଥିଲା | ଅପରପକ୍ଷରେ କର୍ଣ୍ଣାଟକରେ ମଧ୍ୟ ଟ୍ରେଡ଼ ୟୁନିଅନ ଧର୍ମଘଟର ଆହ୍ୱାନ ଦେଇଛନ୍ତି | ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କ ଧର୍ମଘଟ ଯୋଗୁଁ ମଙ୍ଗଳବାର ଏବଂ ବୁଧବାର ସାଧାରଣ ଜନଜୀବନ ପ୍ରଭାବିତ ହେବ |

{"id":71706}

ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ କେନ୍ଦ୍ର ସରକାରଙ୍କ ନୀତି ନିୟମକୁ ଶ୍ରମିକ ବିରୋଧୀ ବୋଲି ଦାବି କରିଛି | ଆଇଡିବିଆଇ ବ୍ୟାଙ୍କ ଛଡା ଆହ୍ଲାବାଦ ବ୍ୟାଙ୍କ ମଧ୍ୟ ବିଏସଇ କୁ ସୂଚନା ଦେଇଛି ଯେ, ବ୍ୟାଙ୍କ ଧର୍ମଘଟ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେବ | ତେବେ ସାଧାରଣ ବ୍ୟାଙ୍କ ସେବା ପ୍ରଭାବିତ ନହେବା ପାଇଁ ବ୍ୟାଙ୍କ ପୂର୍ବରୁ ପ୍ରସ୍ତୁତି କରିଥିଲା | ବ୍ୟାଙ୍କ ଅଫ ବରୋଦାର ଅନେକ ଶାଖା ଧର୍ମଘଟ ପାଇଁ ବନ୍ଦ ରହିଛି | କୋଲକାତା ହାଇକୋର୍ଟରେ ଧର୍ମଘଟ ବିରୋଧରେ ଏକ ଜନହିତକର ଆବେଦନ କରାଯାଇଥିଲା | କୋଲକାତା ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.