୨୧ ତାରିଖରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ତା ପୂର୍ବରୁ ବ୍ୟାଙ୍କ କାମ ସାରି ଦିଅନ୍ତୁ ; ୫ଦିନ ବନ୍ଦ ରହିବ ବ୍ୟାଙ୍କ

Published By : Prameya-News7 Bureau | December 08, 2018 IST

ଭୁବନେଶ୍ୱର ୮/୧୨ : ଭାରତୀୟ ବ୍ୟାଙ୍କ ସଂଘର ବିଭାଜନକାରୀ ହାବଭାବ ଏବଂ ଦରମା ସମସ୍ୟା ନେଇ ଆସନ୍ତା ୨୧ ତାରିଖରୁ ବ୍ୟାଙ୍କ ବନ୍ଦ ରହିବ | ଏନେଇ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଘୋଷଣା କରିଛି | ୨୪ ତାରିଖରେ ବ୍ୟାଙ୍କ ଖୋଲା ରହିବ | ପୁଣି ବାଦ ଦିନ ପାଇଁ ଡିସେମ୍ବର ୨୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ | ୫ ଦିନ ପାଇଁ ବ୍ୟାଙ୍କରେ କାରବାର ପ୍ରଭାବିତ ହେବ | ସେଥିପାଇଁ ୨୧ ତାରିଖ ପୂର୍ବରୁ ନିଜ ନିଜ ବ୍ୟାଙ୍କ କାମ ସାରି ଦିଅନ୍ତୁ |


ଶୁକ୍ରବାର ଦିନ ହଜରତଗଞ୍ଜ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସର ନେତୃତ୍ୱରେ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଅଧିକାରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ |


ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସର ସଚିବ ଦିଲ୍ଲୀପ ଚୌହାନ କହିଛନ୍ତି ଯେ, ଭାରତୀୟ ବ୍ୟାଙ୍କ ସଂଘ ଅଧିକାରୀ ବିଭାଜନ କରି ପ୍ରଥମ ସ୍କେଲରୁ ତୃତୀୟ ସ୍କେଲ ଅଧିକାରୀଙ୍କ ଦରମା ବୃଦ୍ଧି ହେବ | ଏହାକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଡିସେମ୍ବର ୨୧ ତାରିଖରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି | ତେବେ ଏହା ପରେ ବି ଯଦି ତାଙ୍କ ଦାବି ପୂରଣ ନହୁଏ ତାହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଘୋଷଣା କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.