୨୫ ତାରିଖରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଏହା ପୂର୍ବରୁ ସାରି ଦିଅନ୍ତୁ ବ୍ୟାଙ୍କରେ ଥିବା କାମ

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ - ମୋଦୀ ସରକାର ୨.୦ ଙ୍କର ୧୦ଟି ବ୍ୟାଙ୍କର ବିଲୟକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ ସଙ୍ଗଠନ ୨୫ ସେପ୍ଟେମ୍ବର ମଧ୍ୟରାତ୍ରରୁ ହରତାଳର ଡାକରା ଦେଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କର ୪ଟି ବଡ ସଙ୍ଗଠନଙ୍କ ସମର୍ଥନରେ ଏହି ହରତାଳର ଡାକରା ଦିଆଯାଇଛି । ଦେଶବ୍ୟାପୀ ଏହି ହରତାଳର ଡାକରା ଦିଆଯାଇଛି । ଏହା ସହ ଶନିବାର ଓ ରବାବିରର ଛୁଟି । ଏଥିପାଇଁ ବ୍ୟାଙ୍କର କାମ ୪ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଆଶଙ୍କା କରାଯାଇଛି ।
ବ୍ୟାଙ୍କ କର୍ମଚାରୀଙ୍କର ଏହି ହରତାଳ ଯୋଗୁଁ ସାଧାରଣ ଲୋକ ସବୁଠାରୁ ଅଧିକ ପ୍ରଭାବିତ ହେବ । ସାଧାରଣ ଲୋକଙ୍କ ସହ ବିଭିନ୍ନ ବ୍ୟବସାୟିକ ସଙ୍ଗଠନ ଆର୍ଥିକ କାରାବର ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାଆନ୍ତି । ଏଥିପାଇଁ ସେପ୍ଟେମ୍ବର ୨୫ ପୂର୍ବରୁ ବ୍ୟାଙ୍କରେ ଥିବା ସମସ୍ତ କାର୍ଯ୍ୟ ଶେଷ କରିଦେବା ଉଚିତ୍‌ ।

{"id":157530}

ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫଡେରେସନ୍‌, ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌, ଇଣ୍ଡିଆନ୍‌ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ ଓ ନ୍ୟାଶନାଲ ଅର୍ଗାନାଇଜେସନ୍‌ ଅଫ୍‌ ବ୍ୟାଙ୍କ ଅଫିସର୍ସ ଏହି ହରତାଳରେ ସାମିଲ ହୋଇଛନ୍ତି ।ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫଡେରେସନ୍‌ ଚଣ୍ଡୀଗଡର ସାଧାରଣ ସମ୍ପାଦକ ଦୀପକ କୁମାର ଶର୍ମାଙ୍କ ଅନୁସାରେ ବ୍ୟାଙ୍କମାନଙ୍କର ସମିଶ୍ରଣ ବା ବିଲୟ ବିରୋଧରେ ଏହି ହରତାଳର ଡାକରା ଦିଆଯାଇଛି ।

ସରକାର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ବିଲୟ କରି ୪ଟି ବଡ ବ୍ୟାଙ୍କ କରିବା ପାଇଁ ଘୋଷଣା କରିଛନ୍ତି । ଏଥିରେ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ବିଲୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ହେବ । ଏହା ଦେଶର ଦ୍ବିତୀୟ ସର୍ବବୃତ ବ୍ୟାଙ୍କ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.