Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

୨୫ ତାରିଖରୁ ବ୍ୟାଙ୍କ ଧର୍ମଘଟ ଡାକରା , ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ କାରବାର

17/09/2019 at 7:30 PM

ନୂଆଦିଲ୍ଲୀ – ମୋଦୀ ସରକାର ୨.୦ ଙ୍କର ୧୦ଟି ବ୍ୟାଙ୍କର ବିଲୟକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ ସଙ୍ଗଠନ ୨୫ ସେପ୍ଟେମ୍ବର ମଧ୍ୟରାତ୍ରରୁ ହରତାଳର ଡାକରା ଦେଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କର ୪ଟି ବଡ ସଙ୍ଗଠନଙ୍କ ସମର୍ଥନରେ ଏହି ହରତାଳର ଡାକରା ଦିଆଯାଇଛି । ଦେଶବ୍ୟାପୀ ଏହି ହରତାଳର ଡାକରା ଦିଆଯାଇଛି । ଏହା ସହ ଶନିବାର ଓ ରବାବିରର ଛୁଟି । ଏଥିପାଇଁ ବ୍ୟାଙ୍କର କାମ ୪ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଆଶଙ୍କା କରାଯାଇଛି ।
ବ୍ୟାଙ୍କ କର୍ମଚାରୀଙ୍କର ଏହି ହରତାଳ ଯୋଗୁଁ ସାଧାରଣ ଲୋକ ସବୁଠାରୁ ଅଧିକ ପ୍ରଭାବିତ ହେବ । ସାଧାରଣ ଲୋକଙ୍କ ସହ ବିଭିନ୍ନ ବ୍ୟବସାୟିକ ସଙ୍ଗଠନ ଆର୍ଥିକ କାରାବର ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାଆନ୍ତି । ଏଥିପାଇଁ ସେପ୍ଟେମ୍ବର ୨୫ ପୂର୍ବରୁ ବ୍ୟାଙ୍କରେ ଥିବା ସମସ୍ତ କାର୍ଯ୍ୟ ଶେଷ କରିଦେବା ଉଚିତ୍‌ ।

ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫଡେରେସନ୍‌, ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌, ଇଣ୍ଡିଆନ୍‌ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ ଓ ନ୍ୟାଶନାଲ ଅର୍ଗାନାଇଜେସନ୍‌ ଅଫ୍‌ ବ୍ୟାଙ୍କ ଅଫିସର୍ସ ଏହି ହରତାଳରେ ସାମିଲ ହୋଇଛନ୍ତି ।ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫଡେରେସନ୍‌ ଚଣ୍ଡୀଗଡର ସାଧାରଣ ସମ୍ପାଦକ ଦୀପକ କୁମାର ଶର୍ମାଙ୍କ ଅନୁସାରେ ବ୍ୟାଙ୍କମାନଙ୍କର ସମିଶ୍ରଣ ବା ବିଲୟ ବିରୋଧରେ ଏହି ହରତାଳର ଡାକରା ଦିଆଯାଇଛି ।

ସରକାର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ବିଲୟ କରି ୪ଟି ବଡ ବ୍ୟାଙ୍କ କରିବା ପାଇଁ ଘୋଷଣା କରିଛନ୍ତି । ଏଥିରେ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ବିଲୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ହେବ । ଏହା ଦେଶର ଦ୍ବିତୀୟ ସର୍ବବୃତ ବ୍ୟାଙ୍କ ହୋଇଯିବ ।

   Related Posts