ଦୁଇ ଦିନିଆ ବ୍ୟାଙ୍କ୍ ଧର୍ମଘଟ, ଦାବି ନରହିଲେ ମାର୍ଚ୍ଚରେ ୩ ଦିନ ବନ୍ଦ କରିବ UFBU

Published By : Prameya-News7 Bureau | January 15, 2020 IST

କୋଲକାତା ୧୫/୦୧ – ଜାନୁଆରୀ ୩୧ ତାରିଖ ଏବଂ ଫେବୃଆରୀ ୧ ରେ ଦେଶବ୍ୟାପି ବ୍ୟାଙ୍କ୍ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ବ୍ୟାଙ୍କ୍ସଂଘ । ବେତନ ବୃଦ୍ଧି  ତଥା ସଂସ୍କାର ନେଇ ଇଣ୍ଡିଆନ ବ୍ୟା୍ଙ୍କ୍ସ ଆସୋସିଏସନ ( IBA ) ସହ ଆଲୋଚନା ବିଫଳ ହେବା ପରେ  ବିଭିନ୍ନ ବ୍ୟାଙ୍କ୍ ସଂଗଠନ  ବୁଧବାର ଦିନ ଦେଶବ୍ୟାପି ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ସେହି ଅନୁସାରେ ଚଳିତ ମାସର ଶେଷ ଦିନ ଏବଂ ଆସନ୍ତା ମସର ପ୍ରଥମ ଦିନ ବ୍ୟାଙ୍କ୍  ଅଚଳ କରିବେ କର୍ମଚାରୀ ।

{"id":211698,"sizeSlug":"large"}

 ଏହା ସହ ମାର୍ଚ୍ଚରେ ୩ ଦିନ ବ୍ୟାଙ୍କ୍ ବନ୍ଦ ଚେତାବନୀ ଦେଇଛି ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ ( UFBU) । ନଅଟି ଟ୍ରେଡ୍ ୟୁନିୟନକୁ ନେଇ ଗଠିତ UFBU   କହିଛି  ତାଙ୍କ ଦାବି ପୂରଣ ନହେଲେ ମାର୍ଚ୍ଚ ୧୧ରୁ ୧୩ ତାରିଖ ଦେଶବ୍ୟାପୀ  ବ୍ୟାଙ୍କ୍ ବନ୍ଦ ହେବ । ତାହାପରେ ବି ସରକାର ଦାବି ପୂରଣ ନକଲେ, ଏପ୍ରିଲ ୧ ରୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ସଂଘ । ଏହା କହିଛନ୍ତି UFBUର ପଶ୍ଚିମବଙ୍ଗ ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ଖାନ୍ ।

{"id":211699,"sizeSlug":"large"}

 ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି ଦାବି ସହ IBA  ସହମତ ହେଉନଥିବାରୁ  ବ୍ୟାଙ୍କ୍ କର୍ମଚାରୀ ସଂଘ ଆନ୍ଦୋଳନ କୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । UFBU ବ୍ୟାଙ୍କ୍ କର୍ମଚାରୀଙ୍କ ବେତନ ୧୫ ପ୍ରତିଶତ ବୃଦ୍ଧି ଦାବି କରୁଥିବା ବେଳେ IBA  କିନ୍ତୁ ୧୨.୫ପ୍ରତିଶତ ପର୍ଯ୍ୟନ୍ତ ବେତନ ବୃଦ୍ଧି ପାଇଁ ରାଜି ହେଉଛି । ଏହା ଗ୍ରହଣୀୟନୁହେଁ ବୋଲି କହୁଛି UFBU  । ଗତ ୧୩ ତାରିଖ ଦିନ ଶେଷଥର ଲାଗି ବେତନ ସଂସ୍କାର ବା ବୃଦ୍ଧି ସଂପର୍କୀତ ବୈଠକ  ଅନୁଷ୍ଠିତ ହୋଇଥିଲା । ତେବେ ବୈଠକରେ କିଛି ନିର୍ଯାସ ନବାହାରିବାରୁ ବ୍ୟାଙ୍କ କର୍ମଚାରୀ ସଂଘ ଏବେ ଆନ୍ଦୋଳନ ଡାକରା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.