Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବ୍ୟାଙ୍କ ଧର୍ମଘଟରୁ ଓହରିଲେ କର୍ମଚାରୀ ସଂଘ, ୨୬ ଓ ୨୭ ତାରିଖରେ ସ୍ୱାଭାବିକ ରୂପେ ହେବ ବ୍ୟାଙ୍କ କାର୍ଯ୍ୟ

24/09/2019 at 3:35 PM

ନୂଆଦିଲ୍ଲୀ – ବିଭିନ୍ନ ବ୍ୟାଙ୍କର ସମିଶ୍ରଣକୁ ବିରୋଧ କରି କେତ ବ୍ୟାଙ୍କ କର୍ମଚାରୀ ଅଧିକାରୀଙ୍କ ସଂଘ ୨୫ ତାରିଖ ମଧ୍ୟରାତ୍ରୀରୁ ୨୮ ତାରିଖ ଆରମ୍ଭ ବା ୨୭ ତାରିଖ ମଧ୍ୟରାତ୍ରୀ ମୋଟ ୪୮ ଘଣ୍ଟାର କାର୍ଯ୍ୟ ବନ୍ଦ ଆନ୍ଦୋଳନ ବା ଧର୍ମଘଟ ପାଇଁ ଡାକରା ଦେଇଥିଲେ । ଅର୍ଥ ସଚିବ ରାଜୀବ କୁମାରଙ୍କ ସହ ଆଲୋଚନା ପରେ ଏହି ସଂଘ ଧର୍ମଘଟରୁ ଓହରି ଯାଇଛନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କର ଦରମା ବୃଦ୍ଧି, ସମିଶ୍ରଣ, ନଗଦ କାରବାର କମ୍‌ କରିବା ଓ ସପ୍ତାହକୁ ୫ ଦିନ କାର୍ଯ୍ୟ ଏହିପରି ବିଭିନ୍ନ ବିଷୟରୁ ନେଇ ଅର୍ଥ ସଚିବଙ୍କ ସହ ଆଲଚନା ହୋଇଥିବା ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି । ବୁଧବାର ରାତିରୁ ଏହି ଧର୍ମଘଟର ଡାକାରା ଦିଆଯାଇଥିଲା ।
ଏଆଇବିଓସି, ଏଆଇବିଓଏ, ଇନ୍‌ବିଓସି , ଏମ୍ଓବିଓ ପପି ଚାରୋଟି ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟ ଡାକରା ଦେଇଥିଲେ ।

ସରକାର ୬ଟି ବ୍ୟାଙ୍କରୁ ଅନ୍ୟ ୪ଟି ବଡ ବ୍ୟାଙ୍କ ସହ ସମିଶ୍ରଣ କରିବାପାଇଁ ନେଇଥିବା ନିଷ୍ପତ୍ତି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଥିଲା ।

ଗତମାସରେ ବ୍ୟାଙ୍କମାନଙ୍କର ସମିଶ୍ରଣ ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।

   Related Posts