Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଏବେ ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କ ସେବା

21/12/2019 at 10:00 PM

ଭୁବନେଶ୍ୱର ୨୧।୧୨ -ବ୍ୟାଙ୍କ ସେବା ପାଇବାକୁ ଏଣିକି ଆଉ ଦୂରକୁ ଦୈଡିବାକୁ ପଡିବନି । ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କ ସେବା ।ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଏହାସହ ୨୦୨୦ରୁ ସରକାରଙ୍କ ସବୁ ବିଭାଗରେ ନେଣଦେଣ ଡିଜିଟାଲ ପେମେଣ୍ଟ ଜରିଆରେ ହେବ ।ଏହାହେଲେ ବ୍ୟାଙ୍କ ସେବାରେ ସୁଧାର ଆସିବା ସହ ନେଣ ଦେଣରେ ସ୍ବଚ୍ଛତା ରହିବ ।…

ହାତ ପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ବ୍ୟାଙ୍କ କାରବାର କରିବାକୁ ୫ କିଲୋମିଟରରୁ ଅଧିକ ଦୂର ଯିବାକୁ ପଡିବନି ।କାହିଁକି ନା ପ୍ରତି ପଞ୍ଚାୟତରେ ଖୋଲିବ ବ୍ୟାଙ୍କ ।ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ୪ ହଜାର ୯ଶହ ୨୧ ପଞ୍ଚାୟତରେ ଏବେ ବି ବ୍ୟାଙ୍କ ସେବା ମିଳୁନି ।ସେବା ପାଇବାକୁ ଲୋକଙ୍କୁ ଦୂରକୁ ଯିବାକୁ ପଡୁଛି ।ସେହିପରି ଉପାନ୍ତ ଅଞ୍ଚଳରେ ବ୍ୟାଙ୍କ ସେବା ନାହିଁ କହିଲେ ଚଳେ ।

ହେଲେ ରାଜ୍ୟରେ ଲୋକଙ୍କୁ ଠିକଣା ଭାବରେ ବ୍ୟାଙ୍କ ସେବା ମିଳୁନଥିବାରୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି ।ଏହାସହ ୫୭୧ଟି ସ୍ଥାନରେ ତୁରନ୍ତ ବ୍ୟାଙ୍କ ଖୋଲିବା ସହ ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଖୁବଶୀଘ୍ର ୨ଟି SBI ଶାଖା ଖୋଲିବା ନେଇ SLBC ବୈଠକରେ ଆଲୋଚନା ହୋଇଛି ।

୨୦୨୦ରୁ ପ୍ରତି ବିଭାଗର କାରବାର ଡିଜିଟାଲ ପେମେଣ୍ଟ ଜରିଆରେ ହେବ ।କୌଣସି ସ୍କିମରେ ହିତାଧିକାରୀଙ୍କୁ ଦିଆଯିବନି ନଗଦ ଟଙ୍କା ।ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ସ୍କିମ ଟଙ୍କା ପଠାଇବେ ସରକାର ।MSME କ୍ଷେତ୍ରରେ ଋଣ ପ୍ରଦାନ କରିବାରେ ବ୍ୟାଙ୍କ ଗୁଡିକ ସଫଳତା ପାଇଥିବାବେଳେ କୃଷି ଋଣ ଦେବାରେ ବ୍ୟାଙ୍କ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ।ତେଣୁ କୃଷିକ୍ଷେତ୍ରକୁ ଅଧିକ ଋଣ ଦେବା ସହ ମତ୍ସ୍ୟ ଓ ପଶୁପାଳନ ଲାଗି ଋଣ ପ୍ରଦାନ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।

 ଏସ୍‌ଏଲ୍‌ବିସି ବୈଠକରେ ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବ୍ୟାଙ୍କ ସେବାରେ ଅନେକ ସୁଧାର ଆସିବା ସହ ଆର୍ଥିକ କାରବାରରେ ସ୍ବଚ୍ଛତା ଆସିପାରିବ ।

   Related Posts