କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତିଙ୍କ ନାଁରେ ଯୌନ କେଳେଙ୍କାରୀ ମାମଲା : ବ୍ୟାଙ୍କ୍ ସମ୍ପାଦକ କହିଲେ ଯୁବତୀଙ୍କ ଅଭିଯୋଗ ଭିତ୍ତିହୀନ

Published By : Prameya-News7 Bureau | October 31, 2019 IST

କେନ୍ଦ୍ରାପଡା ୩୧।୧୦: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ଲିମିଟେଡ୍ ସଭାପତିଙ୍କ ନାଁରେ ଯୌନ କେଳେଙ୍କାରୀ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ କଲା ପୋଲିସ । ଘଟଣା ଘଟିବାର ପ୍ରାୟ ୬ ମାସ ପରେ ଆରମ୍ଭ ହୋଇଛି ତନାଘନା । ଆଜି ପୀଡିତାଙ୍କୁ କେନ୍ଦ୍ରାପଡା ଟାଉନ୍ ପୋଲିସ ନୂଆ ବସଷ୍ଟାଣ୍ଡ ସ୍ଥିତ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଆଣିବ । ବ୍ୟାଙ୍କ ପରିସରରେ ପୀଡିତାଙ୍କ ବସିବା ସ୍ଥାନ, ତାଙ୍କ କାର୍ଯ୍ୟ କ୍ଷେତ୍ର, ସଭାପତି ପ୍ରମୋଦ ସାହୁଙ୍କ ଚାମ୍ବର ଓ ସିସି କ୍ୟାମେରାର ସ୍ଥାନ ଆଦି ଯାଞ୍ଚ କରିବ ପୋଲିସ । ଘଟଣା ନେଇ ପୋଲିସ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରିପାରେ ।

ସେପଟେ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ବ୍ୟାଙ୍କ ସମ୍ପାଦକ ପ୍ରହ୍ଲାଦ ସାହୁ । ସେ କହିଛନ୍ତି ଯେ, ଯୁବତୀଙ୍କ ଅଭିଯୋଗ ଭିତ୍ତିହୀନ । ତାଙ୍କ ବଦଳି ପ୍ରତିବାଦରେ ସେ ଉତକ୍ଷିପ୍ତ ହୋଇ ଏଭଳି କରିଛନ୍ତି । ବ୍ୟାଙ୍କରେ ବିଶୃଙ୍ଖଳା ସୃଷ୍ଟି ଯୋଗୁଁ ତାଙ୍କ ବିରୋଧରେ ମାମଲା ମଧ୍ୟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ସେପଟେ କେନ୍ଦ୍ରାପଡ଼ା ଏସପି କହିଛନ୍ତି ଯେ, ଫୋନ୍ ବାର୍ତ୍ତାଳପର ଅଡ଼ିଓ ସାମ୍ପଲ ଟେଷ୍ଟ ପାଇଁ ଯାଇଛି । ପୀଡ଼ିତାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.