କୋଭିଡ ନିୟମ ଉଲଂଘନ ଅଭିଯୋଗ, ଦୁଇ ଦିନରେ ୪ଟି ବ୍ୟାଙ୍କ ସିଲ୍ କଲେ ଅଧିକାରୀ

Published By : Prameya-News7 Bureau | May 18, 2021 IST

କଣ୍ଟାବାଞ୍ଜି, ୧୮/୦୫: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଠିକ ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଯଦି କୌଣସି ଲୋକ କୋଭିଡ ନିୟମ ଉଲଂଘନ କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ଜଣାପଡିଛି।

ଗତ କିଛିଦିନ ହେବ ବ୍ୟାଙ୍କମାନଙ୍କରେ ଭିଡ ପରିଲକ୍ଷିତ ହେଉଥିବା ଦେଖାଯାଉଛି । କଣ୍ଟାବାଞ୍ଜି ଏନଏସି ଅଧିକାରୀ ସୋମବାର ଏସବିଆଇ ଇଭିନିଂଗ ବ୍ରାଞ୍ଚ ଓ ବ୍ୟାଙ୍କ ଅଫ ବରୋଦା କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗରେ ୪୮ ଘଂଟା ସିଲ କରିଥିବା ବେଳେ ମଂଗଳବାର ଅର୍ଥାତ ଆଜି ଏସବିଆଇ ମୁଖ୍ୟ ଶାଖା ଏବଂ ୟୁନିୟନ ବ୍ୟାଙ୍କକୁ ମଧ୍ୟ ୪୮ ଘଂଟା ପାଇଁ ସିଲ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରି ସମ୍ମି ଜୟଶ୍ରୀ ରେଡ୍ଡୀ । ବ୍ୟାଙ୍କ ଖୋଲିବା ପରେ ପୁର୍ନବାର କୋଭିଡ ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟାଙ୍କ କତୃପକ୍ଷଙ୍କୁ ଚେତାବନି ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.