Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କ ନିୟମ, ଗ୍ୟାସ୍ ସିଲିଣ୍ଡର ଦାମରେ ହେବ ପରିବର୍ତ୍ତନ : ଜାଣନ୍ତୁ ଆଉ କ’ଣ ବଦଳିବ

28/02/2021 at 6:31 PM

ନୂଆଦିଲ୍ଲୀ ୨୮/୦୨ : ମାର୍ଚ୍ଚ ମାସ ପହିଲାରୁ ବ୍ୟାଙ୍କ କାରବାରରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ ଏବଂ ଅର୍ଥ ନେଣଦେଣ ସହ ଜଡିତ କିଛି ପରିବର୍ତ୍ତନ ହେବା ନେଇ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି । ଗ୍ୟାସ୍‌ ସିଲିଣ୍ଡର ଦାମ ଠାରୁ ଆଣମ୍ଭ କରି ବ୍ୟାଙ୍କର IFSC କୋଡ୍‌ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ପରିବର୍ତ୍ତନ ହେବ । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ।

ବ୍ୟାଙ୍କ୍‌ ଅଫ୍‌ ବରୋଦାରେ କଣ ପରିବର୍ତ୍ତନ ହେବ ?

ବ୍ୟାଙ୍କ ଅଫ୍‌ ବରୋଦା ସହିତ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣ ପରେ ମାର୍ଚ୍ଚ ୧ ତାରିଖରୁ ଉଭୟ ବ୍ୟାଙ୍କ୍‌ର IFSC କୋଡ୍‌ ବଦଳିଯିବ । ଯାହାଫଳରେ ପୁରୁଣା IFSC କୋଡ୍‌ରେ କାରବାର କରିହେବ ନାହିଁ । ଏହା ସହିତ ବ୍ୟାଙ୍କ ଅଫ୍‌ ବରୋଦା କହିଛି ଯେ, ଗ୍ରାହକମାନେ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା MICR କୋଡ୍‌ ଉର୍ଦ୍ଧିଷ୍ଟ ଚେକ୍‌ ବୁକ୍‌ ପାଇବେ ।

PNB ସହିତ ମିଶ୍ରଣ ବ୍ୟାଙ୍କ ଗୁଡିକର ମଧ୍ୟ ବଦଳିବ IFSC କୋଡ୍

ପଞ୍ଚାବ ନେସନାଲ ବ୍ୟାଙ୍କ ମଧ୍ୟ IFSC କୋଡ୍‌ ସହିତ ଜଡିତ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପଞ୍ଜାବ ବ୍ୟାଙ୍କ ସହିତ ଓରିଏଣ୍ଟେଲ୍‌ ବ୍ୟାଙ୍କ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ମିଶ୍ରଣ ପରେ ଉଭୟ ବ୍ୟାଙ୍କର ପୁରୁଣା ଚେକ୍‌ବୁକ୍‌ ଏବଂ IFSC ଓ MICR କୋଡ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି । ଅବଶ୍ୟ ପୁରୁଣା କୋଡ୍‌ ମାର୍ଚ୍ଚ ୩୧ ଯାଏଁ କାର୍ଯ୍ୟକ୍ଷମ ହେବ କିନ୍ତୁ ଏହାରି ମଧ୍ୟରେ ନୂଆ କୋଡ୍‌ ନେଇଯିବାକୁ ଗ୍ରାହକୁ କହିଛି PNB ।

ଗ୍ୟାସ୍‌ ସିଲିଣ୍ଡର ଦାମରେ ହେବ ପରିବର୍ତ୍ତନ

ସରକାରୀ ତୈଳ କମ୍ପାନୀମାନେ ମାସର ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦାମର ସମୀକ୍ଷା କରନ୍ତି ତେଣୁ ମାର୍ଚ୍ଚ ୧ ତାରିଖରୁ ଗ୍ୟାସ୍‌ ସିଲିଣ୍ଡର ଦାମରେ ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ଫେବୃଆରୀ ମାସରେ ତୈଳ କମ୍ପାନୀମାନେ ୩ ଥର ଗ୍ୟାସ୍‌ ସିଲିଣ୍ଡର ଦାମ ବୃଦ୍ଧି କରିଛନ୍ତି ।

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ମାର୍ଚ୍ଚ ମାସରେ ମୋଟ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ୫ ମାର୍ଚ୍ଚ, ୧୧ ମାର୍ଚ୍ଚ, ୨୨ ମାର୍ଚ୍ଚ, ୨୯ ମାର୍ଚ୍ଚ ଏବଂ ୩୦ ମାର୍ଚ୍ଚ ବ୍ୟାଙ୍କ ଛୁଟି ରହିବ । ଏହା ସହିତ ମାସରେ ୪ ରବିବାର ଏବଂ ୨ ଶନିବାର ବ୍ୟାଙ୍କ ବନ୍ଦ ରହିବ ।

   Related Posts