Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, କିନ୍ତୁ ଚାଲୁ ରହିବ ଅନଲାଇନ ସେବା

3/04/2020 at 5:38 PM

ନୂଆଦିଲ୍ଲୀ, ୦୩|୦୪:    ଗତ କିଛିଦିନ ଧରି କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ବ୍ୟାଙ୍କ୍ ସେମାନଙ୍କ କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବାର ସମୟରେ ପରିବର୍ତ୍ତନ ହେବା ଗ୍ରାହକଙ୍କୁ ବ୍ରାଞ୍ଚ୍ ନଆସିବା ପାଇଁ ଅପିଲ କରାଯାଉଛି । ଫଳରେ ଅନେକ ଲୋକ ନିଜ ବ୍ୟାଙ୍କ କାମ ଘରେ ହିଁ କରୁଛନ୍ତି । କିନ୍ତୁ ଚଳିତ ଏପ୍ରିଲ ମାସରେ ଏପରି ଅନେକ ଦିନ ରହିଛି ଯେଉଁଦିନ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତୁ ଜାଣିବ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଏପ୍ରିଲ ୧ ବାର୍ଷିକ କ୍ଲୋଜିଂ ଓ ୨ ତାରିଖ ରାମ ନବମୀ କାରଣରୁ ବ୍ୟାଙ୍କ ବନ୍ଦ ଥିଲା । ଏହା ବ୍ୟତୀତ ୬,୧୦, ୧୩ ଓ ୧୪ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । କାରଣ ୬ ତାରିଖରେ ମହବୀର ଜୟନ୍ତୀ, ୧୦ରେ ଗୁଡ୍ ଫ୍ରାଇଡେ, ୧୩ରେ ବୈଶାଖୀ ଓ ୧୪ରେ ବି. ଆର ଆମ୍ବେଦକରଙ୍କ ଜୟନ୍ତୀ ପଡୁଛି । ଏହା ବ୍ୟତୀତ ୧୫ ଏପ୍ରିଲରେ ବିହୁ, ୨୦ରେ ଗରିୟା ପୂଜା ଓ ୨୫ରେ ପର୍ଶୁରାମ ପୂଜା ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ହେବାର ଆଶଙ୍କା ରହିଛି ।

ଆହୁରି ମଧ୍ୟ, ୫, ୧୨, ୧୯ ଓ ୨୬ ତାରିଖ ହେଉଛି ରବିବାର । ସେହିପରି ୧୧ ଓ ୨୫ ତାରିଖ ହେଉଛି ଦ୍ୱିତୀୟ ଓ ଚତୁର୍ଥ ଶନିବାର । ତେଣୁ ବ୍ୟାଙ୍କ କାର୍ଯ୍ୟ ସେଦିନ ବନ୍ଦ ରହିଥାଏ ।କିନ୍ତୁ ଏହି ସମୟରେ ଡିଜିଟା ଟ୍ରାଞ୍ଜାକ୍ସନ ଚାଲୁ ରହିବ । ଆପଣ ଘରେ ବସି ବିଭିନ୍ନ ବ୍ୟାଙ୍କ୍ କାମ କରିପାରିବେ । ତେବେ ଆପଣଙ୍କର ଯଦି ବ୍ରାଞ୍ଚରେ କିଛି କାମ ରହିଛି ଅତିଶୀଘ୍ର ସାରିବାକୁ ଚେଷ୍ଟା କରନ୍ତୁ ।

   Related Posts