Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନାଳପାଣିରେ ଭାସୁଛି ଶହ ଶହ ପାସବୁକ୍ ଏବଂ ଦସ୍ତାବିଜ : ଲୋକଙ୍କ ପ୍ରତିକ୍ରିୟା ଦେଖି ତଦନ୍ତ ଆରମ୍ଭ କଲା ପୋଲିସ୍

24/06/2020 at 2:34 PM

ହମୀରପୁର ୨୪/୬: ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ଏକ ବଡ଼ ଧରଣର ଦାୟିତ୍ବହୀନତା ସାମନାକୁ ଆସିଛି। ଏଠାରେ ବ୍ୟାଙ୍କର ଶହ ଶହ ପାସବୁକ୍ ଏବଂ ଜରୁରୀ କାଗଜପତ୍ର ନାଳରେ ବୋହିଯାଇଛି। ଯେତେବେଳେ ସ୍ଥାନୀୟ ଲୋକେ ନାଳ ପାଣିରେ ଶହ ଶହ ପାସବୁକ୍ ଏବଂ ଜରୁରୀ କାଗଜପତ୍ର ଭାସୁଥିବା ଦେଖିଥିଲେ ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା।

ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚିଥିଲା। ପାସବୁକର ତନାଘନା କରାଯାଇଥିଲା। ଏହି ସମସ୍ତ ପାସବୁକ୍ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ବୋଲି ଜଣା ପଡ଼ିଥିଲା। ଘଟଣା ବିଷୟରେ ଜଣା ପଡ଼ିବାରୁ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ଏହି ଦାୟିତ୍ବହୀନତା ପ୍ରତି ଲୋକଙ୍କ ଗହଣରେ ଅସନ୍ତୁଷ୍ଟତା ଦେଖା ଦେଇଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଥିଲେ ଯେ ହଠାତ୍ ରେଲଓ୍ବେ ବ୍ରିଜ୍ ତଳେ ଥିବା ନାଳରେ ଶହ ଶହ ସଂଖ୍ୟାରେ ବ୍ୟାଙ୍କ୍ ପାସବୁକ୍ ଭାସୁଥିଲା। ସେଥିରେ କିଛି ଜରୁରୀ କାଗଜପତ୍ର ମଧ୍ୟ ଥିଲା। ଅଧିକାଂଶ ପାସବୁକରେ ଗ୍ରାହକଙ୍କ ଟଙ୍କା ଓ୍ବିଥଡ୍ରୟାଲ୍ ଏବଂ ଜମା ଏଣ୍ଟ୍ରି ମଧ୍ୟ ଥିଲା।

ଏହି ମାମଲାରେ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ମ୍ୟାନେଜରଙ୍କ କହିବା ଅନୁସାରେ ଏହି ସବୁ ସେହି ପାସବୁକ୍ ଯାହା ହୁଏତ ରିଜେକ୍ଟେଡ କିମ୍ବା ଡୁପ୍ଲିକେଟ୍ ପାସବୁକ୍। ଅନ୍ୟପଟେ ଲୋକେ କହିଛନ୍ତି ଯେ ବ୍ୟାଙ୍କର ପାସବୁକ ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନାଳିରେ ଭସାଇ ଦେବା ବ୍ୟାଙ୍କର ଦାୟିତ୍ବହୀନତାକୁ ସୂଚାଉଛି। ବ୍ୟାଙ୍କ୍ ଏହାକୁ ସାଧାରଣ କଥା ମାନୁଛି।

   Related Posts