Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୪ ଜିଲ୍ଲାରେ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ, ନିର୍ଦ୍ଦେଶାନାମା ଜାରି କଲେ ରାଜ୍ୟ ସରକାର

19/07/2020 at 6:05 PM

ଭୁବନେଶ୍ଵର ୧୯।୦୭: ରାଜ୍ୟରେ କରୋନା ସଂକ୍ରମଣ ସାଙ୍ଘାତିକ ହେବାରେ ଲାଗିଛି। ବିଶେଷ କରି ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସ୍ଥିତିକୁ ଆହୁରି ଜଟିଳ କରୁଛି। ଫଳରେ ଏହି ଚାରୋଟି ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମରେ ଜୁଲାଇ ୧୭ ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ହେଲେ ବ୍ୟାଙ୍କ ଖୋଲିବା ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ନିର୍ଦ୍ଦେଶାନାମା ଅନୁଯାୟୀ, ଏହି ଚାରୋଟି ଜିଲ୍ଲା ଓ ରାଉରକେଲା ସହରରେ ସୋମବାରଠୁ ଜୁଲାଇ ୩୧ ପର୍ଯ୍ୟନ୍ତ ସକାଳ ୮ଟାରୁ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଦିନ ୧ଟା ଯାଏ ଗ୍ରାହକଙ୍କୁ ସେବା ମିଳିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ। ପୂର୍ବରୁ ଜାରି ନିର୍ଦ୍ଦେଶାନାମାରେ ବ୍ୟାଙ୍କ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି କୁହାଯାଇଥିଲା। ଏହା ସହିତ ବ୍ୟାଙ୍କ ଖୋଲା ରହିବାର ସମୟ ମଧ୍ୟ କମ ଥିଲା।

ଉଲ୍ଲେଖଯୋଗ୍ୟ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ କରୋନା ଭୟାବହ ହାରରେ ମାଡି ଚାଲିଛି। ସୁରନ୍ଦରଗଡ ଜିଲ୍ଲାର ରାଉରକେଲା ସହରର ସ୍ଥିତି ମଧ୍ୟ ସେମିତି ରହିଛି। ସାରା ରାଜ୍ୟର ସକ୍ରିୟ ରୋଗୀଙ୍କ ମଧ୍ୟରୁ ପାଖାପାଖି ୬୬ ପ୍ରତିଶତ ହେଉଛନ୍ତି ଏହି ଚାରି ଜିଲ୍ଲାର। ସଂକ୍ରମଣ ରୋକିବା ପାଇଁ ସରକାର ପୁଣି ଥରେ ୧୪ ଦିନିଆ ଲକ୍‌ଡାଉନ୍ ଲାଗୁ କରାଯାଇଛି।

   Related Posts