୨ ହଜାର କୋଟି ଲାଞ୍ଚ ନେଇଥିଲେ ବ୍ୟାଙ୍କ୍ ଅଧିକାରୀ, ମିଳିଲା ଟଙ୍କା ଭର୍ତ୍ତି ଫ୍ଲାଟ୍ : ଫାଶିରେ ଝୁଲାଇଲେ ସରକାର

Published By : Prameya-News7 Bureau | January 31, 2021 IST

ବେଜିଂ ୩୧/୦୧ : ଚୀନର ଏକ ହାଇଫ୍ରୋଫାଇଲ କେସ୍‌ର ପର୍ଦ୍ଦାଫାସ ହେବା ସହ ଅଭିଯୁକ୍ତ ଜଣେ ବରିଷ୍ଠ ବ୍ୟାଙ୍କ୍ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ୫୮ ବର୍ଷୀୟ ଲାଇ ସାଓମିନ୍‌ଙ୍କ ବିରୁଦ୍ଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ତାଙ୍କ ବିରୁଦ୍ଧରେ କୋଟିଏ କି ଦୁଇ କୋଟି ନୁହେଁ ପ୍ରାୟ ୨୦୨୬ କୋଟିର ଲାଞ୍ଚ ଅଭିଯୋଗ ଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥି​‌ଲେ  ।

ଲାଇ ସାଓମିନ୍‌ଙ୍କ ବିରୁଦ୍ଧରେ ଲାଞ୍ଚ ନେବା ଅଭିଯୋଗ ଆସିଥିଲା । ୨୦୦୮ରୁ ୨୦୧୮ ମସିହା ମଧ୍ୟରେ ସେ ପ୍ରାୟ ୨୦୨୬ କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଲାଞ୍ଚ ନେଇଥିଲେ । ତାଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତି ଲାଞ୍ଚ ନେଉଥିବା ଅଭିଯୋଗ କରିବା ପରେ ସେ ତଦନ୍ତ ପରିସର ଭିତରକୁ ଆସିଥିଲେ । ଏହାର ଶୁଣାଣି କରି ତିଆନଜିନ୍‌ର ସେକେଣ୍ଡାରୀ ଇଣ୍ଟରମିଡିଏଡ୍‌ ପିପୁଲ୍‌ସ କୋର୍ଟ ଜାନୁଆରୀ ୫ରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ । ତେବେ ଗତ ଶୁକ୍ରବାର ତାଙ୍କୁ ଫାଶି ଦିଆଯାଇଥିବା ପିପୁଲ୍ସ ଡେଲିରେ ପ୍ରକାଶ ପାଇଛି ।  

ତଦନ୍ତ ସମୟରେ ତାଙ୍କର ଏକ ଫ୍ଲାଟ୍‌ ଉପରେ ଚଢଉ କରାଯାଇଥିଲା । ଚଢଉ ବେଳେ ସେଠାରେ ଟଙ୍କାରେ ଭର୍ତ୍ତି ଅନେକ ରୁମ୍‌ ମିଳିଥିଲା । ତେବେ ତାଙ୍କୁ ମୃତ୍ୟୁ ଦଣ୍ଡା ଦେଶ ଶୁଣାଯିବା ପରେ, ନିଷ୍ପତ୍ତିର ପୁନଃର୍ବିଚାର କରିଥିଲେ କୋର୍ଟ । କିନ୍ତୁ ସମାଜ ପ୍ରତି ଏହାର କୁପ୍ରଭାବ ପଡିବ ଭାବି ଫାଶି ଦଣ୍ଡାଦେଶକୁ କାଏମ ରଖିଥିଲେ କୋର୍ଟ । ଫଳସ୍ବରୂପ ଲାଇ ସାଓମିନ୍‌ଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ସୂଚନାଯୋଗ୍ୟ, ଚାଇନାରେ ଅପରାଧିକ କାର୍ଯ୍ୟକଳାପ ପାଇଁ କଠୋର ଦଣ୍ଡ ବିଧାନର ନିୟମ ରହିଛି । ଅଭିଯୋଗ ପ୍ରମାଣିତ ହେଲେ ସେଠାରେ କଠୋର ଦଣ୍ଡ ଦିଆଯାଇଥାଏ । ସେଥିପାଇଁ ସେଠାରେ ଅପରାଧିକ କାର୍ଯ୍ୟକଳାପ ବହୁତ କମ ଦେଖିବାକୁ ମିଳିଥାଏ । ସାରା ବିଶ୍ବରେ ଚୀନର ଜନସଂଖ୍ୟା ସବୁଠାରୁ ଅଧିକ । ତଥାପି ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତନ୍ତ୍ରଣରେ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.