ପ୍ରେମିକା ପାଇଁ ପତ୍ନୀଙ୍କୁ ହତ୍ୟା କଲା ବ୍ୟାଙ୍କ ଅଫିସର : ରାଜସ୍ଥାନରୁ ଆଣିଥିଲା ନାଗସାପ

Published By : Prameya-News7 Bureau | December 04, 2019 IST

ଇନ୍ଦୋର ୪/୧୨: ଇନ୍ଦୋରରେ ବ୍ୟାଙ୍କ ଅଧିକାରୀ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ୍। ମହିଳାଙ୍କୁ ତାଙ୍କ ସ୍ବାମୀ ଅମିତେଷ ପଟୋରିଆ ତକିଆ ତଳେ ମୁହଁ ଦବାଇ ହତ୍ୟା କରିଥିଲା। ପଟୋରିଆ ମାସେ ତଳେ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା। ପୋଲିସର ଧ୍ୟାନ ହଟାଇବା ପାଇଁ ସେ ରାଜସ୍ଥାନରୁ ନାଗ ସାପ ଆଣି ଶବ ପାଖରେ ରଖିଥିଲା, ଯାହା ଦ୍ବାରା ସାପ କାମୁଡ଼ାରେ ତା ପତ୍ନୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ି ପାରିବ।

{"id":193800,"sizeSlug":"large"}

କନାଡ଼ିଆ ଥାନା ଅଞ୍ଚଳରେ ଶିବାନୀ ପଟୋରିଆଙ୍କୁ ସ୍ବାମୀ ଅମିତେଷ ପଟୋରିଆ ହତ୍ୟା କରିଥିଲା। ପୋଲିସ୍ ଏବଂ ପରିବାର ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଗତ ରବିବାର ପତ୍ନୀଙ୍କ ଶବ ଏବଂ ଏକ ମୃତ ନାଗ ସାପ ନେଇ ଏମବାୟଏଚ୍ ପହଞ୍ଚିଥିଲେ। ପୋଲିସର ସନ୍ଦେହ ହେବାରୁ ଅମିତେଷକୁ ପଚରାଉଚୁରା ପାଇଁ ଦୁଇ ଦିନ ପୋଲିସ ହେପାଜତରେ ରଖାଯାଇଥିଲା। ଏହା ପରେ ଅମିତେଷ ନିଜ ଦୋଷ ମାନିଥିଲା।

{"id":193801,"sizeSlug":"large"}

ଅମିତେଷ ପାଖାପାଖି ମାସେ ହେବ ପତ୍ନୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସେ ପ୍ରଥମେ ପତ୍ନୀଙ୍କ ମୁହଁକୁ ତକିଆରେ ଚାପି ଦେଇଥିଲା। ଏହା ପରେ ସାପର ମୁହଁକୁ ଚିମୁଟାରେ ଧରି ପତ୍ନୀଙ୍କ ହାତକୁ କ୍ଷତ କରାଇଥିଲା। ଶିବାନୀଙ୍କୁ ହତ୍ୟା କରିବା ମାମଲାରେ ଅମିତେଷ ପଟୋରିଆଙ୍କ ଭଉଣୀ ମଧ୍ୟ ସାମିଲ ଥିବା କଥା ଜଣାପଡ଼ିଥିଲା। ସେ ରାଜସ୍ଥାନର ଅଲଓ୍ବର ଅଞ୍ଚଳରୁ ସାପ ଆଣିଥିଲା। ଘଟଣା ଦିନ ସେ ପିଲାମାନଙ୍କୁ ବୁଲିବା ପାଇଁ ବାହାରକୁ ପଠାଇ ଦେଇଥିଲା।

ଅମିତେଷ ଦିଲ୍ଲୀରେ ବ୍ୟାଙ୍କରେ କାମ କରୁଥିବା ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଅମିତେଷ ତା ପତ୍ନୀଙ୍କୁ ନିଜ ରାସ୍ତାରୁ ହଟାଇବାକୁ ଚାହୁଁଥିଲା। ଏହା ପୂର୍ବରୁ ମଧ୍ୟ ସେ ୪ଥର ଶିବାନୀଙ୍କୁ ହତ୍ୟା କରିବାର ଉଦ୍ୟମ କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.