ରେପୋ ରେଟ୍ ସହ ଜଡିତ ଲୋନ ଶସ୍ତା କଲା ବ୍ୟାଙ୍କ ଅଫ୍ ବରୋଦା, ରିଟେଲ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ଫାଇଦା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩:  ବ୍ୟାଙ୍କ ଅଫ ବରୋଦା ଆରବିଆଇର ରେପୋ ରେଟ ସହ ଜଡିତ ଲୋନର ସୁଦ୍ଧ ହାରରେ ୦.୭୫ ପ୍ରତିଶତ ହ୍ରାସ କରିଛି । ଏହା ମାର୍ଚ୍ଚ ୨୮ରୁ ଲାଗୁ ହୋଇସାରିଛି । ନୂଆ ଦର ରିଟେଲ ଓ ଏମଏସଏମଇ ଗ୍ରାହକଙ୍କ ପାଇଁ ଲାଗ ହେବ । ବ୍ୟାଙ୍କର ରେପୋ ଲିଙ୍କ୍ ଲ୍ୟାଣ୍ଡିଂ ରେଟ ଏବେ ୭.୨୫ ପ୍ରତିଶତ ହୋଇଯାଇଛି । ଏଥିରେ ରିଟେଲ ଓ ଛୋଟ ବ୍ୟବସାୟୀଙ୍କୁ ଲୋନ ଶସ୍ତା ହୋଇଯିବ । ନୂଆ ଗ୍ରାହକଙ୍କୁ ଏହି ଫାଇଦା ତୁରନ୍ତ ମିଳିବ ।କିନ୍ତୁ ଅର୍ଥବ୍ୟବସ୍ଥାକୁ କରୋନା ଭାଇରସ ପାଇଁ ହେବାକୁ ଥିବା କ୍ଷତିକୁ ନଜରରେ ରଖି ଆରବିଆଇ ମାର୍ଚ୍ଚ ୨୭ରେ ରେପୋ ରେଟ ୦.୭୫ ପ୍ରତିଶତକୁ ଖସାଇଥିଲା । ଏହାପରେ ବ୍ୟାଙ୍କମାନେ ମଧ୍ୟ ସୁଦ୍ଧ ହାର ହ୍ରାସ କରିଥିଲେ ।

{"id":246738,"width":739,"height":431,"sizeSlug":"large"}

ଆରବିଆଇର ଘୋଷଣା ପରେ ଏସବିଆଇ ରେପୋ ରେଟ ସହ ଜଡିତ ଲୋନ ୦.୭୫ ପ୍ରତିଶତ ହ୍ରାସ କରିଥିଲା । ସେହିପରି ବ୍ୟାଙ୍କ ଅଫ ଇଣ୍ଡିଆ ଏମସିଏଲଆରରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା । ଏକ ବର୍ଷରେ ଏମସିଏଲଆର ଏବେ ୭.୯୫ ପ୍ରତିଶତ ହୋଇଯାଇଛି ।

ଏମସିଏଲଆର ଲୋନ୍ ବାବଦରେ ଏପ୍ରିଲରେ ନିଷ୍ପତ୍ତି ନେବ ଏସବିଆଇ

ଏସବିଆଇ କହିଛି ଯେ, ଏମସିଏଲଆର ଉପରେ ଆଧାରିତ ଲୋନର ସୁଦ୍ଧ ହାର ହ୍ରାସ ନିଷ୍ପତ୍ତି ଏପ୍ରିଲ ମାସରେ ନିଆଯିବ । ଗତ ବର୍ଷ ଅକ୍ଟୋବରରେ ବ୍ୟାଙ୍କ ସୁଦ୍ଧ ହାରକୁ ରେପୋ ରେଟ ସହ ଯୋଡିବାକୁ ବାଧ୍ୟତାମୂଳକ କରିଥିଲା । କିନ୍ତୁ ଏମସିଏଲଆର ପୁରୁଣା ବ୍ୟବସ୍ଥାରେ ଚାଲୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.