Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନାରେ ବ୍ୟାଙ୍କ ଅଫ ବରୋଦାଙ୍କ ସ୍ୱତନ୍ତ୍ର ପର୍ସନାଲ ଲୋନ, କମ ସୁଧରେ ମିଳିବ ୫ଲକ୍ଷ ଟଙ୍କାର ଋଣ

18/04/2020 at 5:56 PM

ନୂଆଦିଲ୍ଲୀ ୧୮।୪: କରୋନା ପରିସ୍ଥିତିରେ ବ୍ୟାଙ୍କ ଅଫ ବରୋଦା (ବିଓବି) ତାଙ୍କ ଗ୍ରାହକଙ୍କ ଲାଗି ନୂଆ ପର୍ସନାଲ ଲୋନ ବ୍ୟବସ୍ଥା କରିଛନ୍ତି। କରୋନା ମହାମାରୀ ଯୋଗୁ ଯେଉଁମାନେ ଟଙ୍କାର ନିହାତି ଆବଶ୍ୟକ କରୁଛନ୍ତି ସେମାନଙ୍କ ଲାଗି ଏପରି ଋଣ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ବ୍ୟାଙ୍କ କମ ସୁଧହାରରେ ଏହି ଋଣ ଯୋଗାଇଦେଉଥିବା ବେଳେ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ ବୋଲି କହିଛନ୍ତି। ବ୍ୟାଙ୍କର ଏହି ସ୍ୱତନ୍ତ୍ର ଯୋଜନା ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଜାରି ରହିବ।

ଏ ନେଇ ବ୍ୟାଙ୍କ ଦେଇଥିବା ସୂଚନା ଅନୁସାରେ ‘ବରୋଦା ପର୍ସନାଲ ଲୋନ କୋଭିଡ-୧୯’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନଗଦ ସମସ୍ୟାରେ ପଡିଥିବା ଗ୍ରାହକଙ୍କ ସହାୟତା। ଏଥି ଲାଗି କମ ସୁଧହାରରେ ବ୍ୟାଙ୍କ ଏହି ଋଣ ଯୋଗାଇଦେଉଛନ୍ତି। ବିଓବି ୱେବସାଇଟ୍ ଅନୁସାରେ ଯେଉଁ ଗ୍ରାହକମାନେ ହୋମ ଲୋନ, ପ୍ରପର୍ଟି ଲୋନ ଓ ଅଟୋ ଲୋନ ଆଦି ନେଇଛନ୍ତି କେବଳ ସେହି ଗ୍ରାହକମାନେ ଏହି ସ୍ପେଶିଆଲ ପର୍ସନାଲ ଲୋନର ସୁବିଧା ପାଇପାରିବେ।

ଏଥିର ବ୍ୟାଙ୍କ ଗ୍ରାହକଙ୍କୁ ସର୍ବନିମ୍ନ ୨୫ ହଜାର ଓ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ। ଯେହେତ ଏହା ସ୍ପେଶିଆଲ ଲୋନ ଏଣୁ ସୁଧହାର କମ୍ ରହିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହି ଋଣର ସୁଧହାର ରେପୋ ହାର ସହ ସଂଯୁକ୍ତ। ଏହି ଋଣ ପ୍ରୋସେସିଂ ଲାଗି ୫୦୦ ଟଙ୍କା ଯୁକ୍ତ ଜିଏସଟି ଦେବାକୁପଡିବ। ଏହି ଋଣ ଚୁକ୍ତା କରିବା ଲାଗି ସର୍ବାଧିକ ୫ ବର୍ଷ ଅବଧି ନିର୍ଧାରଣ କରାଯାଇଥିବା ବେଳେ ୩ ମାସର ମୋରେଟରିୟମ ବି ଦେଉଛନ୍ତି।

   Related Posts