Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ବ୍ୟାଙ୍କ୍ ଅଫ୍ ବରୋଦା ଲଞ୍ଚ୍ କଲା ଇନ୍ସଟା କ୍ଲିକ୍ ସେଭିଙ୍ଗ୍ ଆକାଉଣ୍ଟ୍ : ଆଧାର ନମ୍ବର୍ ଜରିଆରେ ଅନ୍‌ଲାଇନ୍‌ରେ ଖୋଲିପାରିବେ ଖାତା

23/07/2020 at 3:30 PM

ନୂଆଦିଲ୍ଲୀ ୨୩/୦୭ : ଦେଶର ତୃତୀୟ ସବୁଠାରୁ ବଡ ସରକାରୀ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା (Bank of Baroda) ନିଜର ସମସ୍ତ ଗ୍ରାହକଙ୍କ ପାଇଁ ଇନ୍ସଟା କ୍ଲିକ ସେଭିଙ୍ଗ ଆକାଉଣ୍ଟ ଆରମ୍ଭ କରିଛି | ଇନ୍ସଟା କ୍ଲିକ ସେଭିଙ୍ଗ ଆକାଉଣ୍ଟ ଗ୍ରାହକଙ୍କ ଡିଜିଟାଲ କେୱାଇସି (KYC) ଓ ଆଧାର ଆଧାରିତ ଓଟିପି ପ୍ରମାଣୀକରଣର ଏକ ନୂଆ ବ୍ୟବସ୍ଥା ଉପଯୋଗ କରିଛି ଯେଉଁଥିରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ ଆପ ମାଧ୍ୟମରେ ବ୍ୟାଙ୍କ ୱେବସାଇଟ ସହ ସଞ୍ଚାଳିତ କରାଯାଇପାରିବ | ଆକାଉଣ୍ଟକୁ ରିୟଲ ଟାଇମ ସହ ସକ୍ରିୟ କରାଯାଇଥାଏ | ଅର୍ଥାତ ଗ୍ରାହକ, ବରୋଦା ଏମ କନେକ୍ଟ ପ୍ଲସ ଆପ୍ଲିକେସନ (Baroda M Connect Plus application) ଉପଯୋଗ କରି ମୋବାଇଲ ନମ୍ବରରେ MPIN ସହ ତୁରନ୍ତ କାରବାର ଆରମ୍ଭ କରିପାରିବେ |

ବ୍ୟାଙ୍କ ଅଫ ବରୋଦାର ଏମଡି ଓ ସିଇଓ ସଂଜୀବ ଚଡ୍ଡା କହିଛନ୍ତି ଯେ, ସେମାନେ ସମସ୍ତ ପ୍ରକ୍ରିୟାର ଡ଼ିଜିଟାଲାଇଜେସନ ଉପରେ କାମ କରୁଛନ୍ତି ଓ ୨୦୨୩ ସୁଦ୍ଧା ୧୦୦ ପ୍ରତିଶତ ପେପରଲେସ କରିବାକୁ ଯୋଜନା କରିଛନ୍ତି | ଗ୍ରାହକଙ୍କୁ ସୁରକ୍ଷିତ ବ୍ୟାଙ୍କିଙ୍ଗ ପ୍ରଦାନ କରିବାର ଏହା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି |

ପ୍ରଡକ୍ଟ ଗ୍ରାହକଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୁପିଆଇ ଓ ଡେବିଟ୍‌ କାର୍ଡ ଭଳି ଡିଜିଟାଲ ଚାନେଲ ସବ୍ସକ୍ରାଇବ କରିବାର ବିକଳ୍ପ ମଧ୍ୟ ପ୍ରଦାନ କରୁଛି | ଏହା ପୂର୍ବରୁ ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଆଧାର ଆଧାରିତ ତତ୍କାଳ ଡିଜିଟାଲ ସେଭିଙ୍ଗ ଖାତା ସୁବିଧା ଆରମ୍ଭ କରିଥିଲା | ଗ୍ରାହକ ୟୋନୋ ପ୍ଲାଟଫର୍ମ ଉପଯୋଗ କରି ଅନଲାଇନ ଖାତା ଖୋଲି ପାରିବେ | ବ୍ୟାଙ୍କ କହିଛି ଯେ ଇନ୍ସଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟରେ ଗ୍ରାହକ କେବଳ ପାନ କାର୍ଡ ନମ୍ବର ଓ ଆଧାର ନମ୍ବର ସହିତ ପେପେରଲେସ ଓ ଇନ୍ସଟାଣ୍ଟ ଡିଜିଟାଲ ସେଭିଙ୍ଗ ଆକାଉଣ୍ଟ ଖୋଲି ପାରିବେ |

   Related Posts