ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଅଫ୍‌ ବରୋଦାର ଦୀପାବଳି ଗିଫ୍ଟ, ଜାଣନ୍ତୁ କେମିତି ମିଳିବ ଫାଇଦା

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧: ଦୀପାବଳିକୁ ନଜରରେ ରଖି ସବୁଠି ଏବେ ଅଫର ଚାଲିଛି। କମ୍ପାନୀ ହେଉ ଅବା ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଲୋଭନୀୟ ଅଫର ଘୋଷଣା କରୁଛନ୍ତି। ସେହିଭଳି ପ୍ରଥମ ଥର ବ୍ୟାଙ୍କ ଅଫ୍‌ ବରୋଦା ନିଜର ଗ୍ରାହକଙ୍କ ପାଇଁ ଦୀପାବଳି ଉପହାର ଘୋଷଣା କରିଛି।

ବ୍ୟାଙ୍କ ଅଫ୍‌ ବରୋଦା ଲୋନ୍‌ର ମାର୍ଜିନାଲ୍‌ ଲେଣ୍ଡିଂ ରେଟ୍‌ ଅର୍ଥାତ MCLRରେ ୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। MCLRରେ ହ୍ରାସ ଦ୍ବାରା ଅଲଗା ଅଲଗା ସମୟ ଅବଧିର ଲୋନ୍‌ ପାଇଁ ସୁଧ ହାର କମିଯିବ।

ଏହା ଦ୍ବାରା ଗୋଟିଏ ବର୍ଷ ପାଇଁ MCLR ୭.୫ ସ୍ଥାନରେ ୭.୪୫ ହୋଇଯାଇଛି। ଗୋଟିଏ ଦିନରୁ ଆରମ୍ଭ କରି ୬ ମାସ ପର୍ଯ୍ୟନ୍ତ MCLRକୁ ୬.୬୦ରୁ ୭.୩୦ ପ୍ରତିଶତ ପର୍ଯ୍ୟନ୍ତ କରିଦିଆଯାଇଥିବା ଜଣାପଡ଼ିଛି।

ଫେଷ୍ଟିଭ୍‌ ସିଜ୍‌ନରେ ଆପଣ ଘର କିମ୍ବା କାର କିଣିଲେ ଆପଣଙ୍କୁ ଶସ୍ତା ଦରରେ ଋଣ ମିଳିପାରିବ। ତେବେ ଏହି ଅଫର ଗୁରୁବାରଠୁ ଲାଗୁ ହୋଇଛି। ଏହା ପୂର୍ବରୁ ବ୍ୟାଙ୍କ ଅଫ୍‌ ବରୋଦା ରେପୋ ରେଟ୍‌ ସହ ଜଡ଼ିତ ଋଣର ସୁଧ ହାର ୭ ପ୍ରତିଶତରୁ କମାଇ ୬.୮୫ ପ୍ରତିଶତ କରିଥିଲା। ବ୍ୟାଙ୍କର ଏହି ନୂଆ ନିୟମ ୨୦୨୦ ନଭେମ୍ବର ପହିଲାରୁ ଲାଗୁ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.