ବ୍ୟାଙ୍କରେ ବି ସୁରକ୍ଷିତ ନୁହେଁ ଆପଣଙ୍କ ଟଙ୍କା ! ଯଦି ଜାଣି ନାହାନ୍ତି ଆରବିଆଇଙ୍କ ନିୟମ ଖବର ଆପଣଙ୍କ ଲାଗି ଜରୁରି

Published By : Prameya-News7 Bureau | September 29, 2019 IST

ନୂଆଦିଲ୍ଲୀ : ପଞ୍ଚାବ ଓ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୬ମାସ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି। ଏଣୁ ବ୍ୟାଙ୍କମାନେ ଏବେ ଗ୍ରାହକଙ୍କୁ ମାତ୍ର ୧୦ ହଜାର ଟଙ୍କା ଉଠାଣର ଅନୁମତି ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ସବୁ ବ୍ୟାଙ୍କରେ ମୋଟା ରକମର ଅର୍ଥ ସଞ୍ଚୟ କରିଥିବା ଗ୍ରାହକଙ୍କର ଏବେ କ'ଣ ହେବ?

{"id":164392}

ବ୍ୟାଙ୍କରେ ଲୋକେ  ସେମାନଙ୍କ କଷ୍ଟଉପାର୍ଜିତ ଧନକୁ ସୁରକ୍ଷିତ ରଖିବା ସହ ଜମାର ସୁଧବି ପାଇବାକୁ ସଞ୍ଚୟ କରିଥାନ୍ତି। ତେବେ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ନିଷ୍ପତ୍ତି ନେବା ବେଳେ ଆରବିଆଇଙ୍କର କିଛି ନିୟମ ସମ୍ପର୍କରେ ଜାଣିବା ଆପଣଙ୍କ ଲାଗି ଜରୁରି। ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କରେ ଅନେକ ଗ୍ରାହକ ସେମାନଙ୍କର ଜୀବନ ଜାକର ସଞ୍ଚିତ ଅର୍ଥ ଜମା ରଖିଥିଲେ। ହେଲେ ଆରବିଆଇଙ୍କ କଟକଣା ପରେ ଏପରି ଲୋକଙ୍କ ଆଖିରୁ ଏବେ ନିଦ ହଜି ଯାଇଛି। ତେବେ ନିବେଶ ପରାମର୍ଶଦାତା ଜମାକାରୀଙ୍କୁ ସର୍ବଦା ୩ଟି ବ୍ୟାଙ୍କରେ ଖାତା ଖୋଲିବାକୁ ପରାମର୍ଶ ଦେଇଥାନ୍ତି। ଏଥିରୁ ଗୋଟିଏ ରାଷ୍ଟ୍ରାୟତ ବ୍ୟାଙ୍କରେ, ଗୋଟିଏ ଘରୋଇ ବ୍ୟାଙ୍କରେ ଓ ଅନ୍ୟଟି କୋ-ଅପରେଟିଭ ବ୍ୟାଙ୍କ ବା ଗ୍ରାମ୍ୟବ୍ୟାଙ୍କରେ ଖୋଲାଯାଇପାରେ।

{"id":164393,"width":574,"height":323}

ତେବେ କୋ-ଅପରେଟିଭ ବ୍ୟାଙ୍କରେ ମୋଟା ରକମ ଅର୍ଥ ଜମା କରିବା ଲାଗି ସୁରକ୍ଷିତ ନୁହେଁ। ଆରବିଆଇଙ୍କ ଅଧିକାର ଥିବା ଡିପୋଜିଟ୍ ଇନସ୍ୟୋରାନ୍ସ ଏଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଦେଶରେ ସମସ୍ତ ବ୍ୟାଙ୍କର ବୀମା କରିଥାନ୍ତି। ଏହି ବୀମା ଖାତାଧାରୀଙ୍କ ଜମା ଅର୍ଥ ଉପରେ ବି ହୋଇଥାଏ। ଏଥିରେ ଯଦି କୌଣସି କାରଣରୁ ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହୋଇଯାଏ ତେବେ ଏହାର ପ୍ରଭାବ ଜମାକାରୀଙ୍କ ଖାତା ଉପରେ ପଡିନଥାଏ। ଏହି ନିୟମ ସମସ୍ତ ରାଷ୍ଟ୍ରାୟତ୍ତ, ଘରୋଇ ଓ କୋ-ଅପରେଟିଭ ବ୍ୟାଙ୍କ ଲାଗି ମଧ୍ୟ ଲାଗୁ ରହିଛି। ଏଣୁ ଲାଇସେନ୍ସ ଥିବା ପର୍ଯ୍ୟନ୍ତ ଜମାକାରୀଙ୍କ ଗୋଟିଏ ଗୋଟିଏ ପଇସା ଫେରସ୍ତର ଲାଗି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥାନ୍ତି। ଯଦି ଲାଇସେନ୍ସ ରଦ୍ଦ ହୁଏ ତେବେ ଏକ୍ଷେତ୍ରରେ ବ୍ୟାଙ୍କ ଆଉ ଜମାକାରୀଙ୍କ ଜମା ଟଙ୍କା ଫେରାଇବାର ଦାୟିତ୍ୱ ନେଇନଥାଏ।

{"id":164394,"width":579,"height":290}

ଯଦି ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହୋଇଯାଏ, ବ୍ୟାଙ୍କ ଦେବାଳିଆ ହୋଇଯାଏ ଅଥବା ବୁଡି ଯାଏ ତେବେ ଏହି ସବୁ ବ୍ୟାଙ୍କରେ ଜମା ରଖିଥିବା ଜମାକାରୀଙ୍କୁ ଆକାଉଣ୍ଟର ବୀମା ବାବଦ ମାତ୍ର ୧ଲକ୍ଷ ଟଙ୍କା ଫେରସ୍ତ ମିଳିଥାଏ। ଏଭଳି ସ୍ଥଳେ ଯଦି କୌଣସି ଜମାକାରୀ କେଉଁ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା ରଖିଥାନ୍ତି ତେବେ ତାଙ୍କୁ ମାତ୍ର ୧ଲକ୍ଷ ଟଙ୍କା ମିଳିଥାଏ। ତେବେ ଏଭଳି ବ୍ୟାଙ୍କରେ ଯଦି ଜମାକାରୀଙ୍କର ୧ଟଙ୍କାରୁ ୧ ଲକ୍ଷ ଟଙ୍କା ଥାଏ ତେବେ ଆପଣଙ୍କୁ ପୂର୍ଣ୍ଣ ରାଶି ଫେରସ୍ତ ମିଳିବ। ଏହାଠାରୁ ଅଧିକ ଆଶା କରିବା ବୃଥା। ତେବେ ଦେଶରେ ଏପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଏପରି ପରିସ୍ଥିତିରେ ପହଞ୍ଚି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.