ସ୍ପର୍ପିଓରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ନେଇଗଲେ ୨୫ ଲକ୍ଷ ଟଙ୍କା

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୯/୬:  ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନବି)ର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା। ସ୍ପର୍ପିଓରେ ବିପୁଳ ପରିମାରଣର ଟଙ୍କା ନେଇ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ମ୍ୟାନଜରଙ୍କ ନାଁ ଫୁଲଚନ୍ଦ ରାମ । ଫୁଲଚନ୍ଦଙ୍କୁ ହତ୍ୟା କରିଥିବା ଲୋକେ ତାଙ୍କର ପରିଚିତ ବୋଲି ସୂଚନା ମିଳିଛି। ଆକ୍ରମଣକାରୀ ଅନ୍ୟ ଏକ ସ୍ପର୍ପିଓରେ ଆସିଥିଲେ। ବୁଧବାର ବାରଣାସୀରେ ଘଟଣାଟି ଘଟିଥିବା ବେଳେ ବାବତପୁର ଏୟାରପୋର୍ଟ ପାଖରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି।

ମ୍ୟାନେଜରଙ୍କ ଚିହ୍ନା ହୋଇଥିବା ବେଳେ ସେମାନେ ଆସିବାରୁ ତାଙ୍କୁ ତାଙ୍କ ସ୍ପର୍ପିଓକୁ ଡାକିଥିଲେ। ସ୍ପର୍ପିଓରେ ବସି ମ୍ୟାନେଜରଙ୍କୁ ଗୁଳି କରି ପୂର୍ବରୁ ନେଇ ଆସିଥିବା ସ୍ପର୍ପିଓରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ମ୍ୟାନେଜର ଫୁଲଚନ୍ଦ ଜୈନପୁରର ଜଲାଲପୁରରେ କୁସିୟାଁଗାଁରେ ରହୁଥିଲେ।

ତେବେ ଡ୍ରାଇଭର ଅନୁସାରେ ଘଟଣା ଘଟିବାର ଠିକ ପୂର୍ବରୁ ମ୍ୟାନେଜରଙ୍କ ପାଖକୁ ଫୋନ୍‌ ଆସିଥିଲା । ମ୍ୟାନେଜର କହିଥିଲେ ବାସ ଏବେ ପହଞ୍ଚିବି। ବ୍ୟାଗ୍‌ରେ କେତେ ଟଙ୍କା ଥିଲା ଜଣାପଡ଼ିନାହିଁ। ପ୍ରାୟ ୨୫ ଲକ୍ଷ ଟଙ୍କା ଥିବା ନେଇ ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି। ମୋବାଇଲ କଲ୍‌ ଡିଟେଲ୍ସ ଏବଂ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.