ଦିନ ଦ୍ବିପହରରେ କେନ୍ଦ୍ରାପଡ଼ା ଗ୍ରାମ୍ୟବ୍ୟାଙ୍କରେ ଜମୁଛି ମଦର ଆସର

Published By : Prameya-News7 Bureau | September 06, 2018 IST

ଦିନ ଦ୍ବିପହରରେ ବ୍ୟାଙ୍କରରେ ଜମୁଛି ମଦର ଆସର । ବ୍ୟାଙ୍କ ଭିତରେ ବସି ଖୁଲମଖୁଲା ମଦ ପିଉଛନ୍ତି ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟର । ଏକଥା ଶୁଣିବା ପରେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିବେ ବି ଘଟଣା ଏକଦମ ସତ । କେନ୍ଦ୍ରପଡ଼ା ଜିଲ୍ଲାରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମହୁ ଶାଖାରେ ସାମ୍ନାକୁ ଆସିଛି ଏଭଳି ଚିତ୍ର । ବ୍ୟାଙ୍କରେ ଗ୍ରାହଙ୍କୁ ଠିକ୍ ଭାବେ ସେବା ଯୋଗାଇଦିଆଯାଉନଥିବା ଅଭିଯୋଗ ଆସିବା ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ନ୍ୟୁଜ୍ ସେଭେନ ପ୍ରତିନିଧିଙ୍କ କ୍ୟାମେରାରେ କଏଦ ହୋଇଥିଲା ଏସବୁ ଚିତ୍ର । ଚାଲନ୍ତୁ ଦେଖିବା କ’ଣ ଥିଲା ପୂରା ମାହୋଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.