Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବ୍ୟାଙ୍କ ମ୍ୟାନେଜର ରଞ୍ଜିତାଙ୍କ ମୃତ୍ୟୁ ରହସ୍ୟ- କେଉଁ କାରଣରୁ ଆତ୍ମହତ୍ୟା କଲେ ରଞ୍ଜିତା!

5/12/2019 at 5:41 PM

ଭୁବନେଶ୍ୱର ୦୫।୧୨ –  ୟୁକୋ ବ୍ୟାଙ୍କ ମ୍ୟାନେଜର ଆର ରଞ୍ଜିତା ରାଓଙ୍କ ସନ୍ଦେହଜନକ ମୃତ୍ୟୁ । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ଏମଆଇଜି-୫୧ ନମ୍ବର ଘରେ ଭଡାରେ ରହୁଥିଲେ ରଞିତା  ଗୁରୁବାର ସକାଳୁ ସେହି ଘର ଭିତରୁ  ଝୁଲନ୍ତା ଅବସ୍ଥାରେ ରଞ୍ଜିତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ତେବେ କଣ ପାଇଁ ରଞ୍ଜିତା ଆତ୍ମହତ୍ୟା କଲେ । ତାହା ଏଯାଏ ସ୍ପଷ୍ଟ ହୋଇପାରିନି । …

 କାହିଁକି ଜୀବନ ହାରିଲେ ରଞ୍ଜିତା । କେଉଁ ମାନସିକ ଚାପରେ ଥିଲେ ସେ । କଣ ଏମିତି ପରିସ୍ଥିତି ହେଲା ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ  ? ପୁର୍ବ ରାତିରେ ରଞିତା ଠିକ ରାତି ୧୦ଟାରେ ଖାଇ ସାରିବା ପରେ ନିଜ ମୋବାଇଲରେ ମାଙ୍କ ସହିତ ଲୁଡୁ ଖେଳିଥିଲେ । ଏହାପରେ ମା ଶୋଇବାକୁ ଚାଲିଯାଇଥିଲେ । ସକାଳ ୬ଟାରେ ବାପା ରଞିତାଙ୍କ ରୁମ ଖୋଲି ଦେଖିବା ବେଳକୁ ସେ ଫ୍ୟାନରେ ନିଜ ଓଢଣr ବାନ୍ଧି ଆତ୍ମହତ୍ୟା କରିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ଦେଇଥିଲେ ।

ଗୀତ ଦେବା… ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରଞ୍ଜିତା ଫେସବୁକରେ ସେୟାର କରିଥିଲେ ଏହି ଗୀତ। …… । ଏଥି ସହ ଜୀବନ-ମୃତ୍ୟୁକୁ ନେଇ ଏକ ମେସେଜ୍ ମଧ୍ୟ ନିଜ ଫେସବୁକ୍ ଟାଇମ୍ ଲାଇନରେ ପୋଷ୍ଟ କରିଥିଲେ । ସେହିପରି କେଟିଏମ ବାଇକରେ ଫଟୋ ପୋଷ୍ଟ କରିଛନ୍ତି । ଯେଉଁ ବାଇକଟି ବିକାଶ ମଲିକଙ୍କର ବୋଲି ଜଣା ପଡିଛି । ସେ ମଧ୍ୟ ରଞିତାଙ୍କର ଫେସବୁକ ଫ୍ରେଣ୍ଡ ଥିଲେ । ରଞିତାଙ୍କ ଆତ୍ମହତ୍ୟା ପରେ ସେ ନିଜ ଫେସବୁକରୁ ରଞିତାଙ୍କୁ ଅନଫ୍ରେଣ୍ଡ କରିଦେଇଛନ୍ତି ।

ସେହିଭଳି ଜ୍ଞାନ ପ୍ରକାଶ ମହାପାତ୍ର ନାମକ ଯୁବକଙ୍କ ସହିତ ରଞିତାଙ୍କର ବନ୍ଧୁତା ରହିଥିଲା । ତେବେ ଏମାନଙ୍କର ରଞିତାଙ୍କ ସହିତ କେଉଁଭଳି ବନ୍ଧୁତା ତାହା ପୋଲିସ ଏବେ ଛାନଭିନ କରିବା ଆରମ୍ଭ କରିଛି  ।

ରଞିତାଙ୍କ  ଘର ନବରଙ୍ଗପୁରରେ । ସେ ଦୁଇବର୍ଷ ହେବ ଭୁବନେଶ୍ବର ୟୁକୋ ବ୍ୟାଙ୍କରେ ମ୍ୟାନେଜର ଭାବେ ଅବସ୍ଥାପିତ ହୋଇଥିଲେ । ଗତ ଦଶଦିନ ପୁର୍ବରୁ ମା ରଞିତାଙ୍କ ପାଖକୁ ଆସିଥିବାବେଳେ ବାପା ବୁଧବାର ଭୁବନେଶ୍ବର ଆସିଥିଲେ । ରଞିତା କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛି ତାର ଠୋସ ପ୍ରମାଣ ଯୋଗାଡରେ ଲାଗି ପଡିଛି ଖଣ୍ଡଗିରି ପୋଲିସ ।

   Related Posts