ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୁଳିମାଡ କଲେ ଲୁଟେରା

Published By : Prameya-News7 Bureau | December 21, 2018 IST

ଟିଟିଲାଗଡ ୨୧|୧୨: ଟିଟିଲାଗଡରେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳିମାଡ ହୋଇଛି । ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ପଶି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ ଦୁଇ ଜଣ ଦୁର୍ବୃତ୍ତ । ସେମାନଙ୍କୁ ଅଟକାଇବାରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଆହତ ହୋଇଛନ୍ତି ବ୍ୟାଙ୍କ୍ ମ୍ୟାନେଜର କୈଳାସ ଚନ୍ଦ୍ର ଦୋରା । କୈଳାସଙ୍କ ପେଟରେ ୨ଟି ଗୁଳି ବାଜିଛି । କୈଳାସଙ୍କୁ ଟିଟିଲାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଦୁଇ ଜଣ ଦୁର୍ବୃତ୍ତ ମୁହଁ ଘୋଡାଇ ଭିତରେ ପଶିଥିଲେ । ମ୍ୟାନେଜରଙ୍କୁ ସେମାନେ ଲକର ଖୋଲିବାକୁ ବାଧ୍ୟ କରିଥିଲେ । ମାତ୍ର ବ୍ୟାଙ୍କ୍ ମ୍ୟାନେଜର ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.