ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ! ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | December 05, 2019 IST

ଭୁବନେଶ୍ବର ୦୫।୧୨: ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର MIG-51 କ୍ବାଟରରୁ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର ରଞ୍ଜିତା ରାଓ । ତାଙ୍କ ବୟସ ୩୨ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":194043,"sizeSlug":"large"}

ସୂଚନାଯୋଗ୍ୟ ଯେ, ରଞ୍ଜିତା ଅଶୋକନଗର ୟୁକୋ ବ୍ୟାଙ୍କ ଶାଖାରେ ସିନିଅର ମ୍ୟାନେଜର ଭାବରେ କାମ କରୁଥିଲେ । ନିଜର ବୟସ୍କ ବାପା-ମାଆଙ୍କ ସହ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଭଡା ଘରେ ରହୁଥିଲେ । ରଞ୍ଜିତାଙ୍କ ଘର ନବରଙ୍ଗପୁର ଜିଲାରେ ବୋଲି ଜଣାପଡିଛି । ବାପା ମାଆଙ୍କ କହିବା ଅନୁଯାୟୀ, ଗତ କାଲି ରାତିରେ ରଞ୍ଜିତା ଖାଇବା ପରେ ନିଜ ବେଡରୁମକୁ ଯାଇଥିଲେ । ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ବାପା ମାଆ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମୃତ ଦେହ ଉଦ୍ଧାର କରି ପୋଲିସ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍‌ପିଟାଲ ପଠାଇଛି । ତେବେ ମୃତ୍ୟୁର କାରଣ ଜଣା ପଡିନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.