ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା କିଓସ୍କ ବ୍ୟାଙ୍କ ମ୍ୟାନେଜର ଅଟକ, ଉତ୍ତମ ମଧ୍ୟମ ଦେଲେ ଜମାକାରୀ

Published By : Prameya-News7 Bureau | June 24, 2021 IST

ନୀଳଗିରି ୨୪।୬: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକର ଛତ୍ରପୁରଠାରେ ଥିବା କିଓସ୍କ ବ୍ୟାଙ୍କର ମ୍ୟାନେଜର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।  ଏଭଳି ଅଭିଯୋଗ ଆସିବା ପରେ ଲୋକଙ୍କ ମାଡ଼ରୁ ବର୍ତ୍ତିବା ପାଇଁ ସେ ଦୀର୍ଘ ଦିନ ଧରି ଉକ୍ତ ବ୍ୟାଙ୍କକୁ ବନ୍ଦ କରି ଦେଇଥିଲେ। ଏପରିକି ସେହି ବ୍ୟାଙ୍କରେ ଦୁଇ କର୍ମଚାରୀଙ୍କ ନାଁରେ ଦୋଷ ଲଦି ଖସିବାକୁ ବସିଥିଲେ।

ଏଭଳି ଘଟଣା ସମ୍ପର୍କରେ ଜାଣି ଲୋକେ ତାଙ୍କୁ ଖୋଜୁଥିଲେ ହେଁ ସେ ଧରାଛୁଆଁ ଦେଉ ନଥିଲେ।  ଗୁରୁବାର ସକାଳେ ତାଙ୍କୁ ଛତ୍ରପୁର ବଜାରରେ ଜମାକାରୀମାନେ ପାଇବା ପରେ ଉତ୍ତମ ମଧ୍ୟମ ଦେବା ସହ ରେଷ୍ଟ ହାଉସରେ ପୁରାଇ ତାଲା ଦେଇଥିବା ଦେଖିବାକୁ ମିଳିଛି।  ତେବେ ମ୍ୟାନେଜରଙ୍କ କାରନାମାରେ ଅତିଷ୍ଠ ହୋଇ ପଡ଼ିଥିବା ଜମାକାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.