Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବ୍ୟାଙ୍କ ଝର୍‌କାର ଗ୍ରୀଲ୍ ତାଡ଼ି ଲୁଟ୍‌ ଉଦ୍ୟମ

8/09/2020 at 1:47 PM

ଆନନ୍ଦପୁର ୦୮।୦୯: ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଡକାୟତି ଉଦ୍ୟମ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ମିଳିଥିବା ଖବର ଅନୁଯାୟୀ, ଦୁର୍ବୃତ୍ତମାନେ ବ୍ୟାଙ୍କ ଶାଖା ପଛପଟ ଝରକା ଗ୍ରୀଲ୍ କୁ ଗ୍ୟାସ୍‌ କଟର ସାହାଯ୍ୟରେ ବ୍ୟାଙ୍କରେ ଭିତରେ ପ୍ରବେଶ କରିଛନ୍ତି । ଆଜି ୧୦ଟା ସମୟରେ ବ୍ୟାଙ୍କ ଖୋଲିବା ପରେ ଘଟଣା ଜଣାପଡିଥିଲା । ଏନେଇ ଶାଖା କତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଖବର ମିଳିବା  ପରେ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତନାଘନା ଜାରି ରଖିଛି । ତେବେ ଦୁର୍ବୃତ୍ତମାନେ ପଶିଥିବା କୋଠରୀର ଆଲମିରା ତାଡିଛନ୍ତୁ । ଯେଉଁଥିରେ କି କେବଳ ଲୋନ ସମ୍ବନ୍ଦୀୟ କାଗଜ ପତ୍ର ରହିଥିଲା। ବ୍ୟାଙ୍କର ଟଙ୍କା ଓ ସୂନା-ରୂପା ଥିବା ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବା ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି ।

   Related Posts