ଫେଲ୍ ମାରିଲା ବ୍ୟାଙ୍କ ଲୁଟ୍ ଉଦ୍ୟମ, ସିସିଟିଭିରୁ ମିଳିବ ସୁରାକ୍

Published By : Prameya-News7 Bureau | July 30, 2021 IST

ସୋର, ୩୦/୦୭ : ଫେଲ ମାରିଲା ବ୍ୟାଙ୍କ ଲୁଟ୍ ଉଦ୍ୟମ । ଲୁଟି ପାରିଲେନି ଟଙ୍କା । କେବଳ ସଟର ଭାଙ୍ଗି ଚାଲିଗଲେ । ଏପରି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଥିବା କାନାଡା ବ୍ୟାଙ୍କରେ ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତ୍ରରେ ଦୁର୍ବତ୍ତମାନେ ବ୍ୟାଙ୍କ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ସେମାନେ ବ୍ୟାଙ୍କର ସଟର ଭାଙ୍ଗି ଲୁଟ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଫେଲ ମାରିଥିଲେ । ସେହିପରି ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇନଥିବା ନେଇନଥିବା ସୂଚନା ମିଳିଛି ।

ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଯାଂଚ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.