ଫିକ୍ସଡ୍ ଡିପୋଜିଟରେ ୭ % ରୁ ଅଧିକ ସୁଦ୍ଧ ଦିଅନ୍ତି ଏହି ସବୁ ବ୍ୟାଙ୍କ, ପଢନ୍ତୁ ତାଲିକା...

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ, ୨୯|୦୩: ଯଦି ଆପଣ କୌଣସି ବ୍ୟାଙ୍କରେ ସେଭିଂ ଆକାଉଣ୍ଟସ ଖୋଲିବାକୁ ଚାହାଁନ୍ତି ତେବେ ଏପରି ଅନେକ ବ୍ୟାଙ୍କ ଅଛନ୍ତି ଯେଉଁମାନେ ସେଭିଂ ଆକାଉଣ୍ଟରେ ଫିକ୍ସଡ୍ ଡିପୋଜିଟ୍ ଉପରେ ଅଧିକ ସୁଦ୍ଧ ଦେଉଛନ୍ତି । ଏହି ତାଲିକାରେ ବନ୍ଧନ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ସମେତ କିଛି କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ରହିଛନ୍ତି ।ଆମେ ଆପଣଙ୍କୁ ଏପରି ୫ଟି ବ୍ୟାଙ୍କ ବାବଦରେ ସୂଚନା ଦେବୁ ।

ଆଇଡିଏଫସି ଫାଷ୍ଟ ବ୍ୟାଙ୍କ

ଏହି ବ୍ୟାଙ୍କ ଏକ ଲକ୍ଷ ବା ଏହାଠାରୁ କମ ଜମା ଉପରେ ୬ ପ୍ରତିଶତ ଓ ୧ ଲକ୍ଷରୁ ୧ କୋଟି ଜମା ଉପରେ ବାର୍ଷିକ ୭ ପ୍ରତିଶତ ସୁଦ୍ଧ ଦେଇଥାଏ ।

ବନ୍ଧନ ବ୍ୟାଙ୍କ

ବନ୍ଧନ ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଉପରେ ୧ ଲକ୍ଷ ଟଙ୍କାର ଜମା ଉପରେ ବାର୍ଷିକ ୪ ପ୍ରତିଶତ, ଏକ ଲକ୍ଷରୁ ୧୦ କୋଟିର ଜମା ଉପରେ ୬ ପ୍ରତିଶତ ଓ ୧୦ରୁ ୫୦ କୋଟିର ଜମା ଉପରେ ୬.୫୫ ପ୍ରତିଶତ ସୁଦ୍ଧ ଦେଇଥାଏ । ସେହିପରି ୫୦ କୋଟିରୁ ଅଧିକ ଜମା ଉପରେ ୭ ପ୍ରତିଶତ ସୁଦ୍ଧ ମିଳିଥାଏ ।

{"id":245711,"width":749,"height":562,"sizeSlug":"large"}

ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ୍ ବ୍ୟାଙ୍କ

ଏହି ବ୍ୟାଙ୍କରେ ୧ ଲକ୍ଷ ଟଙ୍କାର ଜମା ଉପରେ ୬.୨୫ ପ୍ରତିଶତ, ୧ ଲକ୍ଷରୁ ୧୦ ଲକ୍ଷ ଜମା ଉପରେ ୭.୨୫ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ଟଙ୍କାର ଜମା ଉପରେ ୭ ପ୍ରତିଶତ ସୁଦ୍ଧ ମିଳିଥାଏ ।

ଏୟୁ ସ୍ୱଲ୍ ଫାଇନାନ୍ସ ବ୍ୟାଙ୍କ

ଏକ ଲକ୍ଷ ଟଙ୍କାର ଜମା ଉପରେ ଏହି ବ୍ୟାଙ୍କ ୫ ପ୍ରତିଶତ, ୧ ଲକ୍ଷରୁ ୧୦ କ୍ଷ ଜମା ଉପରେ ୬. ୧୦ ପ୍ରତିଶତ ସୁଦ୍ଧ ଦେଇଥାଏ । ସେହିପରି ୧୦ରୁ ୫୦ ଲକ୍ଷ ଜମା ଉପରେ ୬.୨୫ ପ୍ରତିଶତ ଓ ୫୦ ଲକ୍ଷରୁ ୧୦ କୋଟି ଜମା ଉପରେ ୬.୪୦ ପ୍ରତିଶତ ସୁଦ୍ଧ ମିଳିଥାଏ ।

ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ୍ ବ୍ୟାଙ୍କ

ଏହି ବ୍ୟାଙ୍କ ୫ ଲକ୍ଷ ଟଙ୍କାର ଜମା ଉପରେ ୪ ପ୍ରତିଶତ, ୫ରୁ ୫୦ ଲକ୍ଷ ଜମା ଉପରେ ୫.୫୦ ପ୍ରତିଶତ, ୫୦ ଲକ୍ଷରୁ ୫ କୋଟି ଜମା ଉପରେ ୬.୭୫ ପ୍ରତିଶତ ସୁଦ୍ଧ ଦେଇଥାଏ । ଯଦି ଆପଣଙ୍କ ଆକାଉଣ୍ଟରେ ୫ କୋଟିରୁ ଅଧିକ ବାଲାନ୍ସ ଥାଏ ତେବେ ଆପଣଙ୍କୁ ବାର୍ଷିକ ୭ ପ୍ରତିଶତ ସୁଦ୍ଧ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.