Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବ୍ୟାଙ୍କ ଲିଙ୍କ ଫେଲ୍ ପାଇଁ ଛାତ୍ରଛାତ୍ରୀ ହରକତ, ଫର୍ମ ପୂରଣ ଓ ଫି ଦାଖଲ ବଡ ସମସ୍ୟା

3/01/2020 at 4:03 PM

ଭୁବନେଶ୍ୱର ୦୩।୦୧: ଦୈନଦିନ ଜୀବନରେ ଲୋକମାନଙ୍କର ଦରକାରୀ ସେବା ମଧ୍ୟରେ ବ୍ୟାଙ୍କ ସେବା ହେଉଛି ଅନ୍ୟତମ ଏକ ସେବା  । ବ୍ୟାଙ୍କ ସେବା ପାଇଁ ଇଣ୍ଟରନେଟ ନିହାତି ଦରାକାର ହୋଇଥାଏ । ଯଦି ଇଣ୍ଟରନେଟ ସୁବିଧା ନମିଳେ ତେବେ ବ୍ୟାଙ୍କସେବା  ମଧ୍ୟ ଠପ୍‌ ହୋଇଯାଇଥାଏ  । ଯାହାଦ୍ବାରା ଗ୍ରାହକମାନେ ବହୁ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି । ସେହିପରି ଛାତ୍ରୀଛାତ୍ରମାନେ ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷା ଓ ବାର୍ଷିକ ପରୀକ୍ଷା ପାଇଁ ଅନଲାଇନ ଯୋଗେ ଫର୍ମ ପୂରଣ କରିବା ସହ ଦେୟ ଦାଖଲ କରୁଛନ୍ତି । କିନ୍ତୁ ବ୍ୟାଙ୍କଗୁଡ଼ିକର ଖାମଖିଆଲ ମନୋଭାବ ଯୋଗୁ ଦୀର୍ଘ ସମୟ ଧରି ଲିଙ୍କ୍‌ ଫେଲ୍‌ ହେଉଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବ୍ୟାଙ୍କ ଲିଙ୍କ ଫେଲ୍‌ ଯୋଗୁଁ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେଉଛି । ଅନେକ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି । ସାଧାରଣତଃ ଦେଖାଯାଏ ଯେ, ଦେଶ କିମ୍ବା ରାଜ୍ୟରେ ଜରୁରୀ ସେବା ସମୟରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଏ ।  କିନ୍ତୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ନ ଥାଇ ବି ବ୍ୟାଙ୍କମାନଙ୍କରେ ବାରମ୍ବାର  ଲିଙ୍କ୍‌  ଫେଲ୍‌  ହେଉଛି । ଯାହାକି ଗ୍ରାହକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରାଉଛି । ଏପରିକି ଦିନସାରା ବ୍ୟାଙ୍କସେବା ଠପ୍‌ ହେବା ଯୋଗୁଁ  ଲୋକମାନଙ୍କ ଜରୁରୀ କାର୍ଯ୍ୟ ଅଟକି ରହୁଛି ।

ବିଦେଶରେ ନିଜ ପରିଜନଙ୍କ ଦେହାନ୍ତ କିମ୍ବା ସ୍ୱାସ୍ଥ୍ୟଗତ ସମାସ୍ୟା ନିମନ୍ତେ ତଥା ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ଲିଙ୍କ୍‌ ଫେଲ୍‌ ଯୋଗୁ ବିମାନ ଟିକେଟ କାଟିବାରେ ଅସୁବିଧା ହେଉଛି । ବ୍ୟବସାୟୀମାନେ ମଧ୍ୟ ହଠାତ୍‌ ସରିଯାଇଥିବା ସାମଗ୍ରୀ ଓ ଅନଲାଇନରେ ଟିକସ ଯୁକ୍ତ ବିଲ୍‌ ବନାଇବାରେ ଅସମର୍ଥ ହେଉଛନ୍ତି । ଏହାର ପ୍ରତିକାର ନିମନ୍ତେ ବ୍ୟାଙ୍କଗୁଡ଼ିକ ଅତିରିକ୍ତ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥାକୁ ବିକଳ୍ପ ଭାବେ ରଖିବା ଆବଶ୍ୟକ । ଏଥିସହ ଆଡଭାନ୍ସ ମେସେଜ ଯୋଗେ ଲିଙ୍କ ଫେଲୁଅରର ପୂର୍ବ ସୂଚନା ଦେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

ଯେପରି ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ହେଲେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଏ । ବିଦ୍ୟୁତ କାଟ ପୂର୍ବରୁ କମ୍ପାନୀ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଆଗୁଆ ସୂଚନା ଦିଆଯାଇଥାଏ । ସେହିପରି ବ୍ୟାଙ୍କଗୁଡ଼ିକରେ ଲମ୍ବା ସମୟ ପାଇଁ ଲିଙ୍କ୍‌ ଫେଲ୍‌ ହେଲେ ଗ୍ରାହକ ତଥା ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପୂର୍ବରୁ ଏସ୍‌ଏମ୍‌ଏସ୍‌ ଯୋଗେ ଅବଗତ କରାଯିବା ଦରକାର ବୋଲି ଅନେକ ଗ୍ରାହକ ମତବ୍ୟକ୍ତ କରିଛନ୍ତି ।

   Related Posts