Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଲଗାତର ୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଏମିତି ରହିଛି ଆଗାମୀ ୧୦ ଦିନର ଛୁଟି ତାଲିକା

13/11/2020 at 4:03 PM

ନୂଆଦିଲ୍ଲୀ ୧୩/୧୧: ଶୁକ୍ରବାର ଦିନ ସମୟ ପୂର୍ବରୁ ବ୍ୟାଙ୍କ କାର୍ଯ୍ୟ ଶେଷ କରିନିଅନ୍ତୁ। ନଚେତ ନିଜ କାର୍ଯ୍ୟ ପାଇ ୩ ଦିନ ଅପେକ୍ଷା କରିବାକୁ ପଡ଼ିବ। ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଆପଣଙ୍କର ଅଧାରେ ରହିଯିବାର ସମ୍ଭାବନା ଅଧିକ। ଦେଶର ବିଭିନ୍ନ କ୍ଷେତ୍ରରେ ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ରହିବ।

ଶନିବାର ଦୀପାବଳି ଯୋଗୁ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ୧୫ ନଭେମ୍ବର ଦିନ ରବିବାର ଯୋଗୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ୧୬ ନଭେମ୍ବରରେ ବିଭିନ୍ନ ସ୍ଥାନରେ ଭାଇଜୁଦ ପାଳନ କରାଯିବ। ଭାଇଜୁଦ ପାଳନ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାଡ଼ିଛି। ଏହାର ଅର୍ଥ ପୁଣି ୧୭ ନଭେମ୍ବରରୁ ବ୍ୟାଙ୍କ ସେବା ଆରମ୍ଭ ହେବ ।

ଏହା ପରେ ପୁଣି ୨୦ ଓ ୨୧ ନଭେମ୍ବରରେ ଛଠ ପର୍ବ ଥିବାରୁ ବ୍ୟାଙ୍କ ଛୁଟି ରହିବ । ତା ପରଦିନ ରବିବାର ପଡ଼ୁଛି। ତେବେ ବାକି ରହିଥିବା କାର୍ଯ୍ୟ ପାଇଁ ଗ୍ରାହକଙ୍କୁ ୧୭,୧୮ ଓ ୧୯ ନଭେମ୍ବର ମିଳିବ। ତେବେ ଏହି ସମୟରେ ଏଟିଏମ୍‌ରେ ଟଙ୍କା ମିଳିବା ବି ମୁସ୍‌କିଲ ହୋଇପାରେ। କିନ୍ତୁ ଏହି ସମୟରେ ଅନଲାଇନ୍‌ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରିପାରିବେ।  ଟଙ୍କା ଟ୍ରାନ୍ସଫର ସହିତ ଅନ୍ୟ ଅନ୍‌ଲାଇନ୍‌ ପେମେଣ୍ଟ ମଧ୍ୟ କରିପାରିବେ।  

   Related Posts