ସାରି ଦିଅନ୍ତୁ ଜରୁରୀ କାମ, ମେ ମାସରେ ୧୨ ଦିନ ବ୍ୟାଙ୍କ ଛୁଟି, ଜାଣନ୍ତୁ କେଉଁ କେଉଁ ଦିନ

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ ୦୧।୦୫: ଗ୍ରାହକଙ୍କ ପାଇଁ ଜରୁରୀ ଖବର। ମେ ମାସରେ ସାପ୍ତାହିକ ଛୁଟି ସହ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ହୋଲିଡେ କ୍ୟାଲେଣ୍ଡର ଅନୁଯାୟୀ ସାପ୍ତାହିକ ଛୁଟି ସହ ୫ ପାର୍ବଣ ଛୁଟି ରହିଛି। ମାସରେ ୫ ଦିନ ରବିବାର ପଡୁଥିବା ବେଳେ ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ସାପ୍ତାହିକ ଛୁଟି ସାତ ଦିନ ରହିଛି।

ଆରବିଆଇର ଓ୍ଵେବ୍‌ସାଇଟ୍‌ ଅନୁଯାୟୀ, ପ୍ରଥମ ଛୁଟି ଶନିବାର ମେ ୧ ତାରିଖ ତାରିଖ ଶ୍ରମିକ ଦିବସ/ମହାରାଷ୍ଟ୍ର ଦିବସ ରହିଛି।

ଦ୍ଵିତୀୟ ଛୁଟି ମେ ୭ ତାରିଖ ଶୁକ୍ରବାର। ଏହି ଦିନ ଜୁମତ-ଉଲ-ଭିଦା(ରମଜାନ ମାସର ଶେଷ ଶୁକ୍ରବାର) ପଡୁଛି।

ତୃତୀୟ ଛୁଟି ଦିନ ମାସର ୧୩ ତାରିଖ ଗୁରୁବାର ପଡୁଛି। ଏହି ଦିନ ଇଦ ଉଲ ଫିତର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହି ପରି ମେ ୧୪ ଅନେକ ପାର୍ବଣ ରହିଛି। ଯେମିତି କି ଅକ୍ଷୟ ତୃତୀୟ/ପର୍ଶୁରାମ ଜୟନ୍ତୀ/ବସଭା ଜୟନ୍ତୀ।

ମେ ୨୬ ତାରିଖ ବୁଧବାର ବୁଦ୍ଧ ପୂର୍ଣ୍ଣିମା ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ପାଞ୍ଚ ରବିବାର ମେ ୨, ମେ ୯, ମେ ୧୬, ମେ ୨୩ ଓ ମେ ୩୦ ଏବଂ ଦୁଇଟି ଶନିବାର ମେ ୮ ଓ ମେ ୨୨ ରହିଛି।

ଅନ୍ୟପଟେ କରୋନା ସଂକ୍ରମଣ କାରଣରୁ ବ୍ୟାଙ୍କ କାର୍ଯ୍ୟ ସମୟ ହ୍ରାସ କରାଯାଇଛି। ସୀମିତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ସଞ୍ଚାଳନ କରିବାକୁ କୁହାଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କ ୟୁନିୟନ ପ୍ରସ୍ତାବ ଦେଇଛନ୍ତି। କରୋନା ସଂକ୍ରମଣ କାରଣରୁ ସମସ୍ତ ବ୍ରାଞ୍ଚ ନଖୋଲି କିଛି ବ୍ୟାଙ୍କ ଶାଖା ଖୋଲି କାମ ସଞ୍ଚାଳନ କରିବାକୁ ସଂଘ ପ୍ରସ୍ତାବ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.