ଡିସେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା…

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦।୧୧: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଡିସେମ୍ବର ମାସ । ପ୍ରାୟ ଅନେକ ସମୟରେ ଲୋକମାନଙ୍କୁ ବ୍ୟାଙ୍କ ଯିବାର ଆବଶ୍ୟକତା ରହିଥାଏ । ଡିସେମ୍ବର ମାସରେ ପ୍ରମୁଖ ଘରୋଇ ବ୍ୟାଙ୍କ୍ ଏବଂ ସାର୍ବଜନୀନ ବ୍ୟାଙ୍କ ଉତ୍ସବ ଏବଂ ଅନ୍ୟ ଅନିର୍ବାର୍ଯ୍ୟ କାର୍ଯ୍ୟ ଯୋଗୁଁ ବନ୍ଦ ରହିବ । ଏଥିପାଇଁ ବ୍ୟାଙ୍କ ଛୁଟି ଉପରେ ନଜର ରଖି ବ୍ୟାଙ୍କଙ୍କୁ ଯାଆନ୍ତୁ । ଯଦିଓ ଛୁଟି ଗୁଡିକ ରାଜ୍ୟ ହିସାବରେ ଛୁଟି ଥାଏ କିନ୍ତୁ ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସପ୍ତାହାନ୍ତ ଛୁଟି ମଧ୍ୟ ସାମିଲ ରହିଛି ।

ଡିସେମ୍ବର ୩ ତାରିଖରେ ଫାଷ୍ଟ ଅଫ୍ ସେଣ୍ଟ ଫ୍ରାନ୍ସିସ ଜୋଭିୟର ଅବସରରେ ପାନାଜୀରେ ବ୍ୟାଙ୍କ ବନ୍ଦ ରହିବ । ୫ ତାରିଖରେ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ୧୧ରେ ମାସର ଦ୍ବିତୀୟ ଶନିବାର ବ୍ୟାଙ୍କ ବନ୍ଦ । ୧୨ ତାରିଖରେ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ । ୧୮ ତାରିଖରେ ୟୁ ସୋ ସୋ ଥାମଙ୍କ ଜୟନ୍ତୀ ପଡୁଥିବାରୁ ସିଲଂରେ ବ୍ୟାଙ୍କ ବନ୍ଦ ରହିବ ।

ସେହିପରି ୧୯ ତାରିଖରେ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ୨୪ ଡିସେମ୍ବରରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଆଇଜୋଲ ଏବଂ ସିଲଂରେ ବ୍ୟାଙ୍କ ବନ୍ଦ ରହିବ । ୨୫ ରେ ଖ୍ରୀଷ୍ଟମାସ ଅବସରରେ ବେଙ୍ଗାଲୁରୁ ଏବଂ ଭୁବନେଶ୍ବର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବ୍ୟାଙ୍କ କାମ ବନ୍ଦ ରହିବ । ୨୬ରେ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ୨୭ରେ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ଆଇଜୋଲରେ ବ୍ୟାଙ୍କ ବନ୍ଦ । ୩୦ରେ ୟୁ କିୟାଙ୍ଗ ନଙ୍ଗବାହକୁ ନେଇ ସିଲଂରେ ବ୍ୟାଙ୍କ ବନ୍ଦ ରହିବ । ୩୧ରେ ନ୍ୟୁ ଇୟର ଇଭିନିଂ ଅବସରରେ ଆଇଜୋଲରେ ବ୍ୟାଙ୍କ କାମ ବନ୍ଦ ରହିବ ।

ଆରବିଆଇ ଦ୍ବାରା ଛୁଟି ତାଲିକା ଜାରି କରାଯାଇଥାଏ । ଆଇବିଆଇ ସବୁ ମାସରେ ଛୁଟି ତାଲିକାର କ୍ୟାଲେଣ୍ଡର ଦେଇଥାଏ । ଏହି ତାଲିକାକୁ ଦେଖି ଲୋକମାନେ ବ୍ୟାଙ୍କିଙ୍ଗ କାମ ପାଇଁ ପ୍ଲାନ୍ ପ୍ରସ୍ତୁତ କରିଆନ୍ତି । ଏହି ଛୁଟି ରାଜ୍ୟ ହିସାବରେ ଭିନ୍ନ ଭିନ୍ନ ଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.