Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଅକ୍ଟୋବରରେ ପଡିବ ଅନେକ ଛୁଟି : ତାଲିକା ଦେଖି କରି ନିଅନ୍ତୁ ବ୍ୟାଙ୍କ କାମ

29/09/2020 at 12:25 PM

ନୂଆଦିଲ୍ଲୀ ୨୯/୦୯ : କରୋନା ମହାମାରୀ ଯୋଗୁଁ ଅଧିକାଂଶ କାମ ଘରୁ କରିବାକୁ ଅନୁମତି ଦିଆଯାଇଛି । ଏପରିକି ବ୍ୟାଙ୍କ ସମ୍ବନ୍ଧୀୟ କାମ ମଧ୍ୟ ଘରୁ କରିବାକୁ କୁହାଯାଉଛି । ଆବଶ୍ୟକ ସ୍ଥଳେ ବ୍ୟାଙ୍କକୁ ଯିବାକୁ ପରାମର୍ଶ ଦିଆଯାଉଛି । ସାଧାରଣତଃ ଦୈନନ୍ଦିନ ଜୀବନର ବ୍ୟାଙ୍କର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ବେଳେବେଳେ ଆମେ ଜାଣିନଥାଉ ବ୍ୟାଙ୍କ ଛୁଟି ଅଛି ବୋଲି ଆଉ ବ୍ୟାଙ୍କ ଚାଲିଯାଉ । ସେଥିପାଇଁ ବ୍ୟାଙ୍କ କେବେ କେବେ ଛୁଟି ରହୁଛି ତାହା ପୂର୍ବରୁ ଜାଣିରଖିବା ଭଲ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ଅକ୍ଟୋବର ମାସରେ ୧୦ଟି ପର୍ବ ପଡୁଛି । ଏହି ୧୦ ଦିନ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ପ୍ରତ୍ୟେକ ରବିବାର ଛଡା ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ମଧ୍ୟ ସାର୍ବଜନିକ ଭାବେ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଯୋଗୁଁ ସାରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଅକ୍ଟୋବର ୪ ତାରିଖ ରବିବାର ବ୍ୟାଙ୍କ ଛୁଟି । ୧୦ ତାରିଖରେ ଦ୍ୱିତୀୟ ଶନିବାର, ୧୧ ତାରିଖରେ ରବିବାର ବ୍ୟାଙ୍କ ଛୁଟି । ୧୭ ତାରିଖରେ ଆସାମ ଓ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ । ୧୮ ତାରିଖରେ ପୁଣି ରବିବାର ସାପ୍ତାହିକ ବ୍ୟାଙ୍କ ଛୁଟି ।

ଅକ୍ଟୋବର ୨୩ ତାରିଖରେ ମହାସପ୍ତମୀରେ ତ୍ରିପୁରା, ପଶ୍ଚିମବଙ୍ଗ, ମେଘାଳୟରେ ବ୍ୟାଙ୍କ ଛୁଟି ରହିବ । ୨୪ ତାରିଖ ମହାଷ୍ଟମୀରେ, ତ୍ରିପୁରା, ଆସାମ, ତେଲେଙ୍ଗାନା, ଇମ୍ଫାଲ, ଜାମ୍ମୁ, କୋଚି, ପଶ୍ଚିମବଙ୍ଗ, ବିହାର, କେରଳରେ ବ୍ୟାଙ୍କ ବନ୍ଦ ରହିବ । ୨୪ ତାରିଖ ଚତୁର୍ଥ ଶନିବାର ହୋଇଥିବାରୁ ସାରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ପୁଣି ୨୫ ତାରିଖ ରବିବାର ସାପ୍ତାହିକ ଛୁଟି । ୨୬ ତାରିଖରେ ବିଜୟ ଦଶମୀରେ କର୍ଣ୍ଣାଟକ, ତ୍ରିପୁରା, ଓଡିଶା, ତାମିଲନାଡୁ, ଶିକ୍କିମ, ଆସାମ, ଜାମ୍ମୁ, କୋଚି, ପଶ୍ଚିମବଙ୍ଗ, ବିହାର, କେରଳରେ ବ୍ୟାଙ୍କ ଛୁଟି ରହିବ । ୨୭ ଓ ୨୮ ତାରିଖରେ ଦୁର୍ଗା ପୂଜା ପାଇଁ ଶିକ୍କିମରେ ବ୍ୟାଙ୍କ ବନ୍ଦ ରହିବ । ୨୯ ତାରିଖରେ ପେଗମ୍ବର ମହମ୍ମଦ ଜୟନ୍ତୀ ଓ ଦୁର୍ଗା ପୂଜା ପାଇଁ ଶିକ୍କିମ, ଜାମ୍ମୁ, କୋଚି, କାଶ୍ମୀର ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।

ଅକ୍ଟୋବର ୩୦ ତାରିଖରେ ଇଦ ପାଳନ କରାଯିବ । ଏହି ଦିନ ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଇମ୍ଫାଲ, ଜାମ୍ମୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ଝାରଖଣ୍ଡ ଓ କାଶ୍ମୀରରେ ବ୍ୟାଙ୍କ ବନ୍ଦ ରହିବ । ୩୧ ତାରିଖରେ ସରଦାର ବଲ୍ଲଭ ଭାଇ ଜୟନ୍ତୀ ରହିଛି । ଏହି ଦିନ ଗୁଜରାଟ, କର୍ଣ୍ଣାଟକ, ଓଡିଶା ଓ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।

   Related Posts