ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ: ସାରି ଦିଅନ୍ତୁ ଜରୁରୀ କାମ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯ : ଅକ୍ଟୋବର ମାସରେ ବ୍ୟାଙ୍କ ସହ ଜଡିତ କିଛି କାମ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ନିଶ୍ଚୟ ପଢନ୍ତୁ। ଅକ୍ଟୋବର ମାସରେ ଅନେକ ପର୍ବପର୍ବାଣି ପଡିଥାଏ। ସେଥିପାଇଁ ବ୍ୟାଙ୍କ ଅନେକ ଦିନ ବନ୍ଦ ରହିବ। ଅକ୍ଟୋବର ମାସରେ ବ୍ୟାଙ୍କ ୨୧ ଦିନ ବନ୍ଦ ରହିବ। ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ଭିନ୍ନ ହୋଇପାରେ। ୨୧ ଛୁଟି ମଧ୍ୟରୁ ୧୪ଟି ଛୁଟି ଆରବିଆଇ ଘୋଷଣା କରିଛି।

ଏହି ଛୁଟି ମଧ୍ୟରେ ଶନିବାର, ରବିବାର ଅବକାଶ ମଧ୍ୟ ସାମିଲ ଅଛି। ଆରବିଆଇ ଧାର୍ମିକ ଛୁଟି ପି ପର୍ବ ଆଧାରରେ ଛୁଟି ତାଲିକା ଜାରି କରିଥାଏ। ଅକ୍ଟୋବର ମାସରେ ୧, ୨, ୩, ୬, ୭, ୯, ୧୦, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୬ ଓ ୩୧ ତାରିଖରେ ଛୁଟି ପଡିବ। ଦେଖନ୍ତୁ ଛୁଟି ତାଲିକା :

ଅକ୍ଟୋବର ୧ ତାରିଖ - ବ୍ୟାଙ୍କ ଖାତାର ଅର୍ଦ୍ଧବାର୍ଷିକ ସମାପନ (ଗ୍ୟାଙ୍ଗଟକ)

୨ ତାରିଖ - ଗାନ୍ଧୀ ଜୟନ୍ତୀ (ସବୁ ରାଜ୍ୟ)

୩ ତାରିଖ - ରବିବାର

୬ ତାରିଖ - ମହାଳୟା (ଅଗରତାଲା, ବେଙ୍ଗାଲୁରୁ, କୋଲକାତା)

୭ ତାରିଖ - ଲେନିଙ୍ଗଥୋ ସନମହୀ (ଇମ୍ଫାଲ)

୯ ତାରିଖ - ଦ୍ୱିତୀୟ ଶନିବାର

୧୦ ତାରିଖ - ରବିବାର

୧୨ ତାରିଖ - ଦୁର୍ଗା ପୂଜା (ମହାସପ୍ତମୀ)

୧୩ ତାରିଖ - ଦୁର୍ଗା ପୂଜା (ମହା ଅଷ୍ଟମୀ)

୧୪ ତାରିଖ - ଦୁର୍ଗା ପୂଜା (ମହା ନବମୀ)

୧୫ ତାରିଖ - ଦୁର୍ଗା ପୂଜା (ଦଶହରା) (ବିଜୟା ଦଶମୀ)

୧୬ ତାରିଖ - ଦୁର୍ଗା ପୂଜା (ଦସେନ)

୧୭ ତାରିଖ - ରବିବାର

୧୮ ତାରିଖ - କଟି ବିହୁ (ଗୌହାଟୀ)

୧୯ ତାରିଖ - ଇଦ-ଏ-ମିଲାଦ/ଇଦ-ଏ-ମିଲାଦୁନ୍ନବି/ମିଲାଦ-ଏ-ଶରିଫ

୨୦ ତାରିଖ - ମହର୍ଷି ବାଲ୍ମୀକିଙ୍କ ଜନ୍ମଦିନ/ଲକ୍ଷ୍ମୀ ପୂଜା/ଇଦ-ଏ-ମିଲାଦ

୨୨ ତାରିଖ - ଇଦ-ଏ-ମିଲାଦ-ଉଲ-ନବୀ (ଜାମ୍ମୁ, ଶ୍ରୀନଗର)

୨୩ ତାରିଖ - ଚତୁର୍ଥ ଶନିବାର

୨୪ ତାରିଖ - ରବିବାର

୨୬ ତାରିଖ - ପରିଗ୍ରହଣ ଦିବସ (ଜାମ୍ମୁ, ଶ୍ରୀନଗର)

୩୧ ତାରିଖ - ରବିବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.