ନଭେମ୍ବର ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ: ଛୁଟି ତାଲିକା ଦେଖି ସାରି ଦିଅନ୍ତୁ ବ୍ୟାଙ୍କ କାମ

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦ : ନଭେମ୍ବର ମାସ ଆରମ୍ଭ ହେବାସହ ପର୍ବପର୍ବାଣି ମଧ୍ୟ ଜାରି ରହିଛି। ପର୍ବ ପାଇଁ ଅନେକ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ମଧ୍ୟ ବ୍ୟାଙ୍କ ଅବକାଶ ତାଲିକା ଜାରି କରିଛି। ନଭେମ୍ବରରେ ଧନତେରସ, ଦୀପାବଳି, ଭାଇ ଦୁଜ, ଛଠ ପୂଜା, ଗୁରୁନାନକ ଜୟନ୍ତୀ ଭଳି ଅନେକ ପର୍ବପର୍ବାଣି ପଡୁଛି ଯେଉଁଥିପାଇଁ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। କିଛି ରାଜ୍ୟରେ ସେଠାକାର ପର୍ବ ଆଧାରରେ ବ୍ୟାଙ୍କ ଛୁଟି ରହିବ। କେଉଁ ରାଜ୍ୟରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଜାଣନ୍ତୁ।

ନଭେମ୍ବର ୧ - କନ୍ନଡ଼ ରାଜ୍ୟୋତ୍ସବ, ବେଙ୍ଗାଲୁରୁ ଓ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ

୩ ତାରିଖ - ନରକ ଚତୁର୍ଦଶୀ ଅବସରରେ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହିବ

୪ ତାରିଖ - ଦୀପାବଳି, କାଳୀ ପୂଜା, ବେଙ୍ଗାଲୁରୁକୁ ଛାଡି ସବୁ ସହରରେ ବ୍ୟାଙ୍କ ବନ୍ଦ

୫ ତାରିଖ - ଦୀପାବଳି/ଗୋବର୍ଧନ ପୂଜା, ଅହମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଡେରାଡୁନ, ଗ୍ୟାଙ୍ଗଟକ, ଜୟପୁର, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁରରେ ବ୍ୟାଙ୍କ ବନ୍ଦ

ନଭେମ୍ବର ୬ - ଭାଇ ଦୁଜ, ଲକ୍ଷ୍ମୀ ପୂଜା ଯୋଗୁଁ ଗ୍ୟାଙ୍ଗଟକ, ଇମ୍ଫାଲ, କାନପୁର, ଲକ୍ଷ୍ନୌ ଶିମଲାରେ ବ୍ୟାଙ୍କ ବନ୍ଦ

୭ ତାରିଖ - ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ

୧୦ ତାରିଖ - ଛଠ ପୂଜା ଯୋଗୁଁ ପାଟନା ଓ ରାଞ୍ଚିରେ ବ୍ୟାଙ୍କ ବନ୍ଦ

୧୧ ତାରିଖ - ଛଠ ପୂଜା ଯୋଗୁଁ ପାଟନାରେ ବ୍ୟାଙ୍କ ବନ୍ଦ

୧୨ - ବାଙ୍ଗଲା ମହୋତ୍ସବ ଯୋଗୁଁ ଶିଲଂରେ ବ୍ୟାଙ୍କ ବନ୍ଦ

୧୩ - ମାସର ଦ୍ୱିତୀୟ ଶନିବାର

୧୪ - ରବିବାର ହୋଇଥିବାରୁ ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ

୧୯ - ଗୁରୁନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ଆଇଜୋଲ, ବେଲାପୁର, ଭୋପାଲ, ଚଣ୍ଡୀଗଡ଼, ଡେରାଡୁନ, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ନାଗପୁର, ଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ

୨୧ - ରବିବାର

୨୮ - ରବିବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.