Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଫେବୃଆରୀ ମାସରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ଦେଖନ୍ତୁ ତାଲିକା, ତା’ପୂର୍ବରୁ କରିନିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାମ

1/02/2021 at 12:50 PM

ନୂଆଦିଲ୍ଲୀ ୦୧/୦୨ : ଭାରତରେ ବ୍ୟାଙ୍କ ଛୁଟି ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ। ବିଶେଷକରି ଯେଉଁମାନଙ୍କର ଅଧିକାଂଶ କାମ ବ୍ୟାଙ୍କ ସହ ଜଡିତ ସେମାନେ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ପ୍ରତି ମାସରେ କେଉଁ କେଉଁ ଦିନରେ ବ୍ୟାଙ୍କ ଛୁଟି ରହିବ ତାହା ଜାଣିବା ନିଜଟି ଆବଶ୍ୟକ ହୋଇଥାଏ। ଭାରତରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହେ। ତାଛଡା ଅନ୍ୟ ପର୍ବପର୍ବାଣିରେ ମଧ୍ୟ ବ୍ୟାଙ୍କ ଛୁଟି ରହେ। ଅଧିକାଂଶ ରାଷ୍ଟ୍ରୀୟ ଅବକାଶ ଦିନ ବ୍ୟାଙ୍କ ବନ୍ଦ ରହେ। କିଛି ରାଜ୍ୟରେ ରାଜ୍ୟ ସ୍ଥରୀୟ ଛୁଟି ଦିନମାନଙ୍କରେ ମଧ୍ୟ ବ୍ୟାଙ୍କ ବନ୍ଦ ରହେ। ଆଜିଠାରୁ ଫେବୃଆରୀ ମାସ ଆରମ୍ଭ ହୋଇଛି। ଏହି ମାସରେ ମାତ୍ର ଦୁଇ ଦିନ ହିଁ ବ୍ୟାଙ୍କ ବନ୍ଦ ରହିବ। ଏହି ମାସରେ କୌଣସି ପର୍ବପର୍ବାଣି ପଡୁନି।

ଫେବୃଆରୀ ଦ୍ୱିତୀୟ ଶନିବାର ଅର୍ଥାତ ୧୩ ତାରିଖରେ ବ୍ୟାଙ୍କ ଛୁଟି ଅଛି। ଚତୁର୍ଥ ଶନିବାର ୨୭ ତାରିଖରେ ଦ୍ୱିତୀୟ ଛୁଟି ଅଛି। ତାଛଡା ଫେବୃଆରୀ ୭, ୧୪, ୨୧ ଓ ୨୮ ତାରିଖରେ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ ଏହି ମାସରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।

ବ୍ୟାଙ୍କ ଶାଖା ବନ୍ଦ ରହିଲେ ବି ଆପଣ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ନିଜ କାମ କରିପାରିବେ। ଆରବିଆଇ ଅନୁଯାୟୀ, ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଅଲଗା ଅଲଗା ହୋଇପାରେ। ସେଥିପାଇଁ ଗ୍ରାହକ ତାକୁ ଦୃଷ୍ଟିରେ ବ୍ୟାଙ୍କିଙ୍ଗ ସହ ଜଡିତ କାମ କରିବାକୁ ଯୋଜନା କରନ୍ତୁ।

କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଦେଖନ୍ତୁ ତାଲିକା :

୧. ଫେବୃଆରୀ ୧୨ ତାରିଖ, ଶୁକ୍ରବାର- ସିକ୍କିମ

୨. ଫେବୃଆରୀ ୧୩ ତାରିଖ, ଦ୍ୱିତୀୟ ଶନିବାର

3. ଫେବୃଆରୀ ୧୫ ତାରିଖ, ସୋମବାର-ଲୁଇ ଲଗାଇ ନି – ମଣିପୁର

୪. ଫେବୃଆରୀ ୧୬ ତାରିଖ, ମଙ୍ଗଳବାର- ବସନ୍ତ ପଞ୍ଚମୀ- ହରିୟାଣା, ଓଡିଶା, ପଞ୍ଜାବ, ତ୍ରିପୁରା, ପଶ୍ଚିମବଙ୍ଗ

୫. ଫେବୃଆରୀ ୧୯ ତାରିଖ, ଶୁକ୍ରବାର- ଛତ୍ରପତି ଶିବାଜୀ ମହାରାଷ୍ଟ୍ର ଜୟନ୍ତୀ- ମହାରାଷ୍ଟ୍ର

୬. ଫେବୃଆରୀ ୨୦ ତାରିଖ, ଶନିବାର- ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଷ୍ଟେଟ ଡେ- ଅରୁଣାଚଳ ଓ ମିଜୋରାମ

୭. ଫେବୃଆରୀ ୨୬ ତାରିଖ, ଶୁକ୍ରବାର- ହଜରତ ଅଲି ଜୟନ୍ତୀ- ଉତ୍ତର ପ୍ରଦେଶ

୮. ଫେବୃଆରୀ ୨୭ ତାରିଖ, ଶନିବାର- ଚତୁର୍ଥ ଶନିବାର- ଚଣ୍ଡୀଗଡ଼, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ

   Related Posts