ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧/୦୪ : ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଅଛି ତାହେଲେ ସୋମବାର ଦିନ ସାରିଦେବ ଭଲ। ଯଦି ସୋମବାର ଦିନ ବ୍ୟାଙ୍କ କାମ ନ କରୁଛନ୍ତି ତାହେଲେ ଆପଣଙ୍କୁ ସପ୍ତାହେ ଯାଏଁ ଅପେକ୍ଷା କରିବାକୁ ପଡିବ। ଏପ୍ରିଲ ମାସରେ ମୋଟ ୯ ଦିନ ବ୍ୟାଙ୍କ ବନ୍ଦ ରହିବ। ଆଗାମୀ ସପ୍ତାହରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ସେଥିପାଇଁ ବ୍ୟାଙ୍କ ଯିବା ପୂର୍ବରୁ ବ୍ୟାଙ୍କ ଛୁଟି ଲିଷ୍ଟ ଚେକ କରିଦିଅନ୍ତୁ ଯେ ବ୍ୟାଙ୍କ କେଉଁ କେଉଁ ଦିନ ବନ୍ଦ ରହିବ।

ସବୁ ରାଜ୍ୟ ପାଇଁ ଅଲଗା ଅଲଗା ରହିବ ଛୁଟି ନିୟମ-

ସବୁ ରାଜ୍ୟରେ ବ୍ୟାଙ୍କ ୧୫ ଦିନ ଛୁଟି ରହିବନି। କାରଣ କିଛି ପର୍ବପର୍ବାଣି ଦେଶରେ ସବୁ ରାଜ୍ୟରେ ପାଳନ କରାଯାଏନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଅବକାଶ ନିର୍ଦ୍ଧାରିତ କରାଯାଇଛି।

ଏପ୍ରିଲ ୧୩ ତାରିଖ, ମଙ୍ଗଳବାର - ଉଗାଡି, ତେଲୁଗୁ ନବବର୍ଷ, ବୈଶାଖୀ, ବିଜୁ ଫେଷ୍ଟିଭାଲ୍, ଗୁଡ଼ି ପାଡୱା

୧୪ ତାରିଖ, ବୁଧବାର - ଡ.ଆମ୍ବେଦକର ଜୟନ୍ତୀ, ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ବୋହାଗ ବିହୁ

୧୫ ତାରିଖ, ଗୁରୁବାର - ହିମାଚଳ ଡେ, ବିଶୁ, ବଙ୍ଗାଳି ନବବର୍ଷ, ସରହୁଲ

୧୬ ତାରିଖ, ଶୁକ୍ରବାର - ବୋହାଗ ବିହୁ

୧୮ ତାରିଖ, ରବିବାର - ସାପ୍ତାହିକ ଅବକାଶ

୨୧ ତାରିଖ, ମଙ୍ଗଳବାର - ରାମ ନବମୀ, ଗରୀୟା ପୂଜା

୨୪ ତାରିଖ, ଶନିବାର - ଚତୁର୍ଥ ଶନିବାର

୨୫ ତାରିଖ, ରବିବାର - ମହାବୀର ଜୟନ୍ତୀ, ସାପ୍ତାହିକ ଅବକାଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.