Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଗୋ ପାଳନ ପାଇଁ ଆସୁଥିବା ସରକାରୀ ପ୍ରୋତ୍ସାହନ ହରିଲୁଟ ଅଭିଯୋଗ ; ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ , ପ୍ରଶାସନ ଜଳକା

12/11/2020 at 3:39 PM

ବରଗଡ ୧୨/୧୧ : ଗୋ ପାଳନ ଏବଂ ଗୁହାଳ ପାଇଁ ବ୍ୟାଙ୍କ୍ ଦେଉଥିବା ଋଣ ରାଶିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବିରମାଲ ପଞ୍ଚାୟତ ଅନ୍ତର୍ଗତ ସାହାଜବାହଲ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଲିଛି । ସମ୍ବଲପୁର ଜିଲ୍ଲା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ଋଣ ଦେବା  ନାଁରେ ଲକ୍ଷାଧିକ ଟଙ୍କାର ଘୋଟାଲା  ହୋଇଛି । କେତେକ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ଙ୍କ ସହାୟତାରେ ଉକ୍ତ ଋଣ ଅର୍ଥ କୁ ବାଟମାରଣା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

ସରକାର ଗୋ ପାଳନ ଏବଂ ଚାଷୀଙ୍କୁ ସ୍ବାମଲମ୍ବୀ କରିବାକୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ରାଶି       ଘୋଷଣା କରିବା ସହିତ ସ୍ବଳ୍ପ ସୁଧରେ ଋଣ ଯୋଗାଇ ଦେଉଛନ୍ତି । ତେବେ ପ୍ରୋତ୍ସାହନ ରାଶି ଚାଷୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ କିଛି ଅସାମାଜିକ ଏବଂ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଏହାକୁ ବାଟମାରଣା କରୁଛନ୍ତି ।  ଏହି ଘଟଣାରେ ବ୍ୟାଙ୍କର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଦଲାଲ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଗୋ ପାଳନ ଏବଂ ଗୁହାଳ ପାଇଁ ଆସୁଥିବା ଟଙ୍କାର ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି କିଛି କର୍ମଚାରୀ ଏବଂ ଦଲାଲ ।

ଚାଷୀ ଙ୍କ ପ୍ରୋତ୍ସାହନ ପାଇଁ ସରକାର ଗୁହାଳ ତିଆରି ଏବଂ ଦୁଧିଆଳି ଗାଈ କିଣିବା ଲାଗି ଋଣ ର ବ୍ୟବସ୍ଥା କରିଛନ୍ତି । ଏହି ଋଣ ପ୍ରଦାନ ସମୟରେ ଗୋଧନ ଚିକିତ୍ସାଳୟ ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ବ୍ୟାଙ୍କ ତରଫରୁ ପ୍ରସ୍ତାବ ଯିବାକଥା । ପ୍ରସ୍ତାବ ମଞ୍ଜୁର ହେବାପରେ ଆବେଦନକାରୀ ଚାଷୀଙ୍କର ଭିତ୍ତିଭୂମି ତଦାରଖ ଲାଗି ଜଣେ ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ପରେ ଅର୍ଥ ମଞ୍ଜୁର ହେବା କଥା ।

କେବଳ ଏତିକି ନୁହେଁ ସରକାରଙ୍କ ନିୟମ ଅନୁଯାୟୀ ସଂପୃକ୍ତ ହିତାଧିକାରୀ ଚାଷୀ ପ୍ରକୃତରେ ଗୁହାଳ ତିଆରି କରିଛନ୍ତି କି ନାହିଁ , ଗାଈ କିଣିଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବା କଥା । ଏତେସବୁ ନିୟମ କୁ ଆଖି ବୁଜିଦେଇ ବରଗଡ଼ ଜିଲ୍ଲାର ବାବେବିରା, ସରସରା, ଖୁଂଟପାଲି ଓ ସାହାଜବାହଲ ସମେତ ଅନେକ ଗ୍ରାମରେ ଗୋଧନ ଋଣ ମଞ୍ଜୁର କରାଯାଇଛି । ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି ଅଧିକାଂଶ ହିତାଧିକାରୀଙ୍କର ନା ଅଛି ଗୁହାଳ ନା ଅଛି ଗାଈ । ଗାଈ କି ଗୁହାଳ ନଥାଇ କିଭଳି ବିଲ ହଲା ଏବଂ ଲୋକଙ୍କୁ ବ୍ୟାଙ୍କ ଗୋଧନ ଋଣ ପ୍ରଦାନ କଲା ତାହା ତଦନ୍ତ ସାପେକ୍ଷ ।ତେବେ ବହୁ ଚାଷୀ ଙ୍କ ନାଁ ରେ ଯେତିକି ଟଙ୍କା ମଞ୍ଜୁର ହୋଇଛି ସେମାନେ ସେତିକି ଟଙ୍କା ପାଇନଥିବା ଜଣାପଡିଛି ।

   Related Posts