ଏଇ ସପ୍ତାହରେ ୩ଦିନ ବ୍ୟାଙ୍କ ବନ୍ଦ , ତାଆଗରୁ ସାରିଦିଅନ୍ତୁ ବ୍ୟାଙ୍କିଂ କାରବାର

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ ୨୮।୦୧:  ଚଳିତ ସପ୍ତାହରେ ୩ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଦୁଇ ଦିନ ବନ୍ଦ ଡାକରା ଦେଇଥିବା ବେଳେ,  ଗୋଟିଏ ବ୍ୟାଙ୍କ ଛୁଟି ରହିବ । ତେବେ ୩ଦିନ ପାଇଁ ସମ୍ପୂର୍ଣ୍ଣ ବ୍ୟାଙ୍କ କାରବାର ବନ୍ଦ ରହିବ ।

{"id":216961,"sizeSlug":"large"}

ଗତ କିଛି ମାସ ହେଲା ବ୍ୟାଙ୍କ କର୍ମଚାରୀମାନ ନିଜର ପାରିଶ୍ରମିକ ସମେତ ଅନେକ ଦାବି ନେଇ ସମୟ-ସମୟରେ ଆନ୍ଦୋଳନ କରୁଛନ୍ତି । କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କ କାମ ପ୍ରଭାବିତ ହେଉଛି । ତେବେ ବ୍ୟାଙ୍କ କର୍ମଚାରୀମାନେ ଚଳିତ ସପ୍ତାହରେ ପୁଣି ଥରେ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତି ।

{"id":216962,"sizeSlug":"large"}

ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ୟୁନାଇଟେଡ୍‌ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ୩୧ଜାନୁଆରୀରୁ ୧ଫେବୃଆରୀକୁ ଆନ୍ଦୋଳନ ଡାକରା ଦେଇଛନ୍ତି । ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫରେନ୍‌ସ, ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍‌ପ୍ଲଏଜ ଆସୋସିଏସନ ଓ ନ୍ୟାସନାଲ ଅର୍ଗନାଇଜସେନ ଅଫ୍ ବ୍ୟାଙ୍କ ଓ୍ବାର୍କର୍ସ ସମେତ ୯ବ୍ୟାଙ୍କ କର୍ମଚାରୀ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହେବେ । ଫେବୃଆରୀ ୨ ରବିବାର ଛୁଟିଦିନ ପଡୁଥିବାରୁ ସେଦିନ  ବ୍ୟାଙ୍କ ରହିବ । ତେବେ କହିବାକୁ ଗଲେ ଜାନୁଆରୀ ୩୧ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।    

{"id":216963,"sizeSlug":"large"}

ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନେ ନିଜ ନିଜର ଗ୍ରାହକମାନଙ୍କୁ ସୂଚିତ କରିଦେଇଛନ୍ତି  ଯେ, ୩୧ଜାନୁଆରୀରୁ ୧ଫେବୃଆରୀ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମାଚୀରମାନେ ଦେଶବ୍ୟାପୀ ଦୁଇ ଦିନିଆ ଆନ୍ଦୋଳନ ଡାକରା ଦେଇଛନ୍ତି । ଆନ୍ଦୋଳନ ଯୋଗୁଁ ଜରୁରୀ କାମ କିଛି ମାତ୍ରାରେ ପ୍ରଭାବିତ ହୋଇପାରେ । ଫେବୃଆରୀ ୨ ରବିବାର ପଡୁଥିବାର,  ଏହା ମଧ୍ୟ ଛୁଟି ରହିବ । ଲଗାତର ୩ଦିନ ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ କାର୍ଯ୍ୟ ବନ୍ଦ ରହିବ । ୨୦୨୦-୨୧ବର୍ଷର ବଜେଟ୍ ଫେବୃଆରୀ ୧ତାରିଖ ଦିନ ଆସିବ । ଅର୍ଥାତ୍ ଦେଶର ବଜେଟ୍ ଦିନ ବ୍ୟାଙ୍କ ବନ୍ଦ ରହିବ ।

{"id":216964,"sizeSlug":"large"}

ଅଲ ଇଣ୍ଡିଆ ବ୍ୟାଙ୍କ ଅପିସର୍ସ କନ୍ଫରେସନ ଅଧ୍ୟକ୍ଷ ସୁନୀଲ କୁମାରଙ୍କ ମୁତାବିକ, ବେତନ ବଢାଇବା ବ୍ୟାଙ୍କ କର୍ମଚାରୀ ସଂଗଠନମାନଙ୍କ ମୁଖ୍ୟ ଦାବି ରହିଛି । ବ୍ୟାଙ୍କ କର୍ମଚାରୀମାନଙ୍କ ବେତନ ସଂଶୋଧନ ମାମଲା ୨୦୧୭ ନଭେମ୍ବରରୁ ଅଟକି ରହିଛି ।

{"id":216965,"sizeSlug":"large"}
PTI11_9_2016_000056B

ସୋମବାର ଦିନ ମୁଖ୍ୟ ଶ୍ରମ କମିଶନରଙ୍କ ସହିତ ଏହିସବୁ ପ୍ରସଙ୍ଗ ନେଇ ବୈଠକ ହୋଇଥିଲା । କିନ୍ତୁ ବୈଠକରେ କୌଣସି ସୁଫଳ ବାହାରିନଥିଲା । ଶେଷରେ କର୍ମଚାରୀ ସଂଗଠନମାନେ ଆନ୍ଦୋଳନ ପାଇଁ ଦେଇଥିବା ନୋଟିସ୍‌କୁ ପ୍ରତ୍ୟାବର୍ତ୍ତନ କଲେନାହିଁ। ଏହାପୂର୍ବରୁ ୮ଜାନୁଆରୀରେ କର୍ମଚାରୀମାନେ ଟ୍ରେଡ ୟୁନିୟନ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନ ଯୋଗୁଁ ବ୍ୟାଙ୍କ କାମ ପ୍ରଭାବିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.