କରୋନା ଭୟ : ବ୍ୟାଙ୍କ କାର୍ଯ୍ୟ ସମୟ ହ୍ରାସ ଲାଗି କର୍ମଚାରୀ ସଂଘଙ୍କ ଦାବି, ସକାଳ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ କାମ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪।୪: ସାରା ଦେଶରେ ଏବେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଦିନକୁ ଦୁଇ ଓ ରାତିକୁ ୪ ଗୁଣା ହାରରେ ଲୋକେ ସଂକ୍ରମିତ ହେଉଛନ୍ତି। ଏଣୁ ବ୍ୟାଙ୍କ କର୍ମଚାରୀ ସଂଘ କାର୍ଯ୍ୟ ସମୟ ହ୍ରାସ ଲାଗି ଦାବି କରିଛନ୍ତି। ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାଯାଉ ବୋଲି ସଂଘ ଦାବି କରିଛି। କରୋନା ଯେଉଁ ହାରରେ ବ୍ୟାପୁଛି ଏଥିରୁ ଆର୍ଥିକ ଗତିବିଧିକୁ ନେଇ ଚିନ୍ତା ରହିବା ସ୍ୱଭାବିକ। ବ୍ୟାଙ୍କ କର୍ମଚାରୀଙ୍କୁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ଏବେ ଆମର ପ୍ରାଥମିକତା ବୋଲି ସଂଘ କହିଛି।

{"id":443481,"width":836,"height":557,"sizeSlug":"large","linkDestination":"none"}

ଇଣ୍ଡଷ୍ଟ୍ରି ବଡି କର୍ମଚାରୀଙ୍କୁ ରୋଟେସନାଲ ସ୍ତରରେ କାର୍ଯ୍ୟକ୍ଷେତ୍ରକୁ ଡକାଇବାକୁ ନଚେତ ସେମାନଙ୍କୁ ଘରେ ରହି କାମ କରିବାକୁ କୁହାଯାଉ ବୋଲି ପରାମର୍ଶ ଦେଇଛନ୍ତି। ତେବେ ଆଦର୍ଶ ସ୍ଥିତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରକୁ ଡକାଯାଇପାରେ ବୋଲି କୁହାଯାଇଛି। ଏଥିରେ  ନଗଦ ଉଠାଣ, ଜମା ଓ ସରକାରୀ ବିଜନେସ୍‌ ପ୍ରଭାବିତ ହେବାର ଆଦୌ ଆଶଙ୍କା ନାହିଁ ବୋଲି ଇଣ୍ଡଷ୍ଟ୍ରି ବଡି କହିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ବ୍ୟାଙ୍କ ୩ରୁ ୪ ଘଣ୍ଟା କାର୍ଯ୍ୟ କରୁ ବୋଲି ସଂଘ ଦାବି କରିଛନ୍ତି।

{"id":443482,"sizeSlug":"large","linkDestination":"none"}

ତେବେ ଉତ୍ତରପ୍ରଦେଶରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପୂର୍ବରୁ ବ୍ୟାଙ୍କ କାର୍ଯ୍ୟଘଣ୍ଟା ହ୍ରାସ କରିଦେଇଛନ୍ତି। ରାଜ୍ୟରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୫ ପର୍ଯ୍ୟନ୍ତ ସକାଳ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହୁଛି। ତେବେ କେବଳ ଗୁରୁବାର ବ୍ୟାଙ୍କ ଗ୍ରାହଙ୍କ ଲାଗି ୪ ଘଣ୍ଟା ଖୋଲା ରହୁଛି। ଅନ୍ୟ ଦିନମାନଙ୍କରେ କର୍ମଚାରୀ ୨ଟାରେ ବ୍ୟାଙ୍କ ବନ୍ଦ ହେବା ପରେ ଅପରାହ୍ନ ୪ ପର୍ଯ୍ୟନ୍ତ କାଗଜପତ୍ର କାର୍ଯ୍ୟ କରୁଥିବା ଜଣାପଡିଛି।

{"id":443483,"width":838,"height":570,"sizeSlug":"large","linkDestination":"none"}

ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କସ୍‌ ୟୁନିୟନ ମୁଖପାତ୍ର ଅନିଲ ତିୱାରୀ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି। ଏବେ ୫୦ ପ୍ରତିଶତ କର୍ମଚାରୀ  ରୋଟେସନ ଆଧାରରେ କାର୍ଯ୍ୟ କରୁଛନ୍ତି। ଆଗକୁ ସବୁ ବ୍ୟାଙ୍କ ଲାଗି ଏହି ନିୟମ ଲାଗୁ ହେଉଥିବାର ସେ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.