ବ୍ୟାଙ୍କ କର୍ମଚାରୀଙ୍କ ସଂପର୍କୀୟ କରୋନା ଆକ୍ରାନ୍ତ ଚିହ୍ନଟ: ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ବ୍ୟାଙ୍କରେ ପଡିଲା ସଟର

Published By : Prameya-News7 Bureau | July 04, 2020 IST

ଭଦ୍ରକ୪/୭: ବ୍ୟାଙ୍କ କର୍ମଚାରୀଙ୍କ ସଂପର୍କୀୟ କରୋନା ଆକ୍ରାନ୍ତ ଚିହ୍ନଟ। ତାଙ୍କ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସିଥିଲେ ଜନୈକ ବ୍ୟାଙ୍କ କର୍ମଚାରୀ। ଏହାପରେ ସେ ବ୍ୟାଙ୍କ ଆସି କାର୍ଯ୍ୟ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ୟୁକୋ ବ୍ୟାଙ୍କକୁ ବିଶୋଧନ କରିବା ସହ ବ୍ୟାଙ୍କକୁ ବନ୍ଦ କରି ଦିଆଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବ୍ୟାଙ୍କ କର୍ମଚାରୀ ତାଙ୍କ ସଂପର୍କୀୟ ଅର୍ଥାତ ଯିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ତାଙ୍କ ସଂସ୍ପର୍ଶରେ ଆସିଥିଲେ।

ତେଣୁ  ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ବ୍ୟାଙ୍କ କର୍ମଚାରୀ ତାଙ୍କ ସସ୍ପର୍ଶରେ ଆସିଥିବା  ଜଣାପଡିଥିଲା। ଏହା ଜଣା ପଡିବା ପରେ ବ୍ୟାଙ୍କର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯିବା ସହ ଆସିଥିବା ଗ୍ରାହକ ମାନଙ୍କୁ ଫେରାଇ ଦିଆଯାଇଛି। ବ୍ୟାଙ୍କ ପରିସର ସହ ସମସ୍ତ ଆସବାବପତ୍ରକୁ ବିଶୋଧନ ପାଇଁ ବ୍ୟାଙ୍କ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା କହିଛନ୍ତି  ବ୍ୟାଙ୍କ ମ୍ୟାନେଜର । ବ୍ୟାଙ୍କକୁ ବିଶୋଧନ କରାଯାଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ସୂଚନା ଦିଆଯାଇଛି।  ଉପରିସ୍ଥ ଅଧିକାରୀଙ୍କ ସହ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଧେଶନାମା ଆସିବା ପରେ ବ୍ୟାଙ୍କ ବନ୍ଦ ହେବ କି ନାହିଂ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ବ୍ୟାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.