ଅମାନବିକତା : କରୋନା ସନ୍ଦେହରେ ଗର୍ଭବତୀ ମହିଳାଙ୍କୁ ବସିବାକୁ ଜାଗା ଦେଲେନି ବ୍ୟାଙ୍କ୍ କର୍ମଚାରୀ

Published By : Prameya-News7 Bureau | August 06, 2020 IST

ସାନଖେମୁଣ୍ଡି ୬।୮: କରୋନା ଭୟରେ ଗର୍ଭବତୀ ମହିଳାଙ୍କୁ ବ୍ୟାଙ୍କରେ ବସିବାକୁ ଦେଲେନି । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ କୋଙ୍କରଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଏମିତି ଘଟଥିବା ଅଭିଯୋଗ କରିଛନ୍ତି ମହିଳା ।

ସୂଚନା ଅନୁସାରେ ଏହି ବ୍ୟାଙ୍କ ଶାଖାକୁ ପ୍ରାୟ ଦିନ ୧୧ଟା ବେଳେ ଜଣେ ଗର୍ଭବତୀ ମହିଳା ସରକାର ଦେଉଥିବା ପୃଷ୍ଟିକର ଖାଦ୍ୟ ଟଙ୍କା ଉଠାଇବାକୁ ଯାଇଥିଲେ । ବ୍ରାଞ୍ଚରେ ମାତ୍ର ୫ ଜଣ ବ୍ୟକ୍ତି ଠିଆ ହୋଇଥିବା ବେଳେ ସେ ବସିବାକୁ ଚେୟାର ମାଗିଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କରୋନା ଭୟରେ ଚେୟାରରେ ବସିବାକୁ ସିଧାସିଧା ମନା କରିଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳାଙ୍କ ସ୍ବାମୀ ଧାଡିରେ ଠିଆ ହୋଇଥିଲେ, ସାମାଜିକ ଦୂରତା ମଧ୍ୟ ମାନିବା ସହ ମାସ୍କ ବି ପିନ୍ଧିଥିଲେ ହେଲେ ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବେ ହୋଇପାରିବନି କହିବାରୁ ଶେଷରେ ନିରାଶ ହୋଇ ୧ ଘଣ୍ଟା ଠିଆ ହେବାପରେ ଫେରିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.