Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ବ୍ୟାଙ୍କରେ ଟଙ୍କା ଜମା କରି ମିଳୁନି ଲାଭ, ସୁଧ କମ୍ ଯୋଗୁଁ ଚିନ୍ତାରେ ଜମାକାରୀ

24/07/2020 at 4:41 PM

ନୂଆଦିଲ୍ଲୀ ୨୪/୦୭ : ବ୍ୟାଙ୍କ୍ରେ ଟଙ୍କା ଜମା କରିବା ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଅଭାବୀ କାରବାର ସାଜିଛି | ଡିପୋଜିଟ ରେଟ ହ୍ରାସ ପାଇବାରୁ ବ୍ୟାଙ୍କରେ ଜମା ଟଙ୍କାରେ ସୁଧହାର କମିଯାଇଛି | ଆରବିଆଇ ତରଫରୁ ସୁଧହାର ହ୍ରାସ କରିବା ଓ ମହଙ୍ଗା ଦର ଯୋଗୁଁ ଏଫଡ଼ି ଓ ଅନ୍ୟାନ୍ୟ ଯୋଜନାରେ ଟଙ୍କା ଜମା କରିବାରେ ଏବେ କିଛି ଲାଭ ମିଳୁନାହିଁ | ସୁଧହାର ଏତେ ହ୍ରାସ ପାଇଛି ଯେ ମହଙ୍ଗା ଦରକୁ ମଧ୍ୟ ମାତ ଦେଇପାରୁନାହିଁ |

ମାର୍ଚ୍ଚରୁ ମେ’ ମାସ ଭିତରେ ଆରବିଆଇ ରେପୋ ରେଟ ୧୧୫ ବେସିସ ପଏଣ୍ଟ କମ କରିଛି | କାରଣ କରୋନା ଭାଇରସ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଅନେକାଂଶରେ ପ୍ରଭାବିତ ହୋଇଛି | ବେସିସ ପଏଣ୍ଟ କମ କରି ଅର୍ଥ ବ୍ୟବସ୍ଥା ସୁଧାରିବାକୁ ଚେଷ୍ଟା କରିଛି ଆରବିଆଇ | ସେଥିପାଇଁ ବ୍ୟାଙ୍କ ଋଣ ଏବେ ଶସ୍ତା ହୋଇଯାଇଛି | କିନ୍ତୁ ଏହାର ପ୍ରଭାବ ଡିପୋଜିଟରଙ୍କ ଉପରେ ପଡୁଛି | ଶସ୍ତା ଋଣ ଯୋଗୁଁ ବ୍ୟାଙ୍କଗୁଡିକୁ ଯେଉଁ କ୍ଷତି ହେଉଛି ତାର ଭରଣ ଗ୍ରାହକଙ୍କ ସୁଧହାର ହ୍ରାସ କରି କରାଯାଉଛି | ଜୁନ ମାସରେ ମହଙ୍ଗା ଦର ୬.୦୯ ପ୍ରତିଶତ ରହିଛି | ଏସବିଆଇରେ ବର୍ଷେ ପାଇଁ ଏଫଡ଼ିରେ ପାଖାପାଖି ୧ ପ୍ରତିଶତ ଦର(୫.୧୦ ପ୍ରତିଶତ)ରେ ସୁଧ ମିଳୁଛି | 

କରୋନା ଭାଇରସ ଯୋଗୁଁ ଲୋକଙ୍କ ଆମଦାନୀ ବହୁତ ପ୍ରଭାବିତ ହୋଇଛି | କର୍ମଚାରୀଙ୍କ ଛଟେଇ ଓ ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବା ଯୋଗୁଁ ଲୋକଙ୍କ ସଞ୍ଚୟ କ୍ଷମତା ମଧ୍ୟ କମିଯାଇଛି | ଏପଟେ ବ୍ୟାଙ୍କଗୁଡିକ ଡିପୋଜିଟରେ ସୁଧହାର କମ କରିଦେବାରୁ ଲୋକଙ୍କ ଚିନ୍ତା ଆହୁରି ବଢି ଯାଇଛି | ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡିବ | ଯାହାଫଳରେ ଘରୋଇ ସଞ୍ଚୟ ପ୍ରଭାବିତ ହେବ | ସରକାରୀ ଖଜଣା ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ | ଘରୋଇ ସଞ୍ଚୟ ଦର ହ୍ରାସ ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଡିପୋଜିଟ ରେଟରେ ସୁଧହାର ହ୍ରାସ ପାଇବା ସରକାରଙ୍କ ଚିନ୍ତା ଆହୁରି ବଢାଇପାରେ | ବିଶ୍ଳେଷକଙ୍କ କହିବାନୁଯାୟୀ, ଆଗାମୀ ଦିନରେ ମହଙ୍ଗା ଦର କମିପାରେ କିନ୍ତୁ ବ୍ୟାଙ୍କ ଏତେ ଶୀଘ୍ର ଡିପୋଜିଟ ରେଟରେ ସୁଧହାର ବଢାଇବ ନାହିଁ | 

   Related Posts