Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମାର୍ଚ୍ଚରେ କ୍ରମାଗତ ୮ ଦିନ ବନ୍ଦ ରହିବ ବ୍ୟାଙ୍କ ! କରାଇ ନିଅନ୍ତୁ ଜରୁରୀ କାମ

3/03/2020 at 5:56 PM

ନୂଆଦିଲ୍ଲୀ ୦୩।୦୩- ଯଦି ଆପଣ ମାର୍ଚ୍ଚ ମାସରେ ନିଜର ବ୍ୟାଙ୍କ ସମ୍ବନ୍ଧିତ କାମ ସାରିବାକୁ ଚିନ୍ତା କରୁଛନ୍ତି ତେବେ କାମଗୁଡିକୁ ଚଳିତ ସପ୍ତାହରେ ସାରି ଦିଅନ୍ତୁ। ଯଦି ଆପଣ ଏମିତି ନକରନ୍ତି ତେବେ ଆପଣଙ୍କ କାମ ଅଧାରେ ଅଟକି ଯାଇପାରେ, କାରଣ ମାର୍ଚ୍ଚ ମାସରେ କ୍ରମାଗତ ଆଠ ଦିନ  ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ଏମିତି ସ୍ଥିତିରେ ବ୍ୟାଙ୍କ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଠପ୍ ହୋଇଯିବ। ତେଣୁ ଏହା ପୂର୍ବରୁ ଗ୍ରାହକ ବ୍ୟାଙ୍କ ଶାଖାକୁ ଯାଇ ନେଣ ଦେଣ ଓ ଚେକ୍ କ୍ଲିୟରାନ୍ସ ପରି ଜରୁରୀ କାମ କରାଇ ନିଅନ୍ତୁ।

ମାର୍ଚ୍ଚ ୮ ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ

ସରକାରୀ ବ୍ୟାଙ୍କର କାମ ମାର୍ଚ୍ଚ ୮ ରୁ ଓ ୧୫ ପର୍ଯ୍ୟନ୍ତ କ୍ରମାଗତ ଆଠ ଦିନ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ। ଆପଣଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ମାର୍ଚ୍ଚ ୮ ତାରିଖ ହେଉଛି ରବିବାର। ଏହା ପରେ ସମଗ୍ର ଦେଶରେ ଅନେକ ସ୍ଥାନରେ ହୋଲି ଛୁଟି ମାର୍ଚ୍ଚ ୯ରେ ତ ଆଉ କେଉଁ ସ୍ଥାନରେ ହୋଲି ଛୁଟି ମାର୍ଚ୍ଚ ୧୦ରେ ପଡୁଛି। ତେଣୁ ଦେଶର ଅଧିକାଂଶ ସ୍ଥାନରେ ୯ ତଥା ୧୦ ତାରିଖ ଦୁଇ ଦିନ ବ୍ୟାଙ୍କ ଛୁଟି ରହୁଛି।

ବ୍ୟାଙ୍କ କର୍ମଚାରୀଙ୍କ ତିନି ଦିନିଆ ହଡତାଳ

ଏହା ପରେ ୧୧, ୧୨ ଓ ୧୩ ତାରିଖରେ ସରକାରୀ ବ୍ୟାଙ୍କର ସଂଗଠନର ନେତୃତ୍ଵରେ ବ୍ୟାଙ୍କ କର୍ମଚାରୀ ହଡତାଳ କରି ପାରନ୍ତି। ଏଥିପାଇଁ ଏହି ତିନି ଦିନ ସମଗ୍ର ଦେଶରେ ସରକାରୀ ବ୍ୟାଙ୍କ ବନ୍ଦ ରହିପାରେ। ବ୍ୟାଙ୍କ ଧର୍ମଘଟ ସମାପ୍ତ ହେବା ପରେ ମାର୍ଚ୍ଚ ୧୪ ମାସର ଦ୍ଵିତୀୟ ଶନିବାର, ଏହି କାରଣରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ପୁଣି ଅଷ୍ଟମ ଦିନ ଅର୍ଥାତ ମାର୍ଚ୍ଚ ୧୫ରେ ରବିବାର ପଡୁଥିବା କାରଣରୁ ବ୍ୟାଙ୍କ ଛୁଟି ରହିବ। ଏହି ପରି ମାର୍ଚ୍ଚ ୮ ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କ୍ରମାଗତ ଆଠ ଦିନ ବନ୍ଦ ରହିପାରେ।

ଦରମା ବୃଦ୍ଧି ଦାବି

ବ୍ୟାଙ୍କ କର୍ମଚାରୀ ନିଜର ଦରମା ବୃଦ୍ଧି କରିବା ଦାବି ନେଇ ହଡତାଳ କରିବାକୁ ଯାଉଛନ୍ତି। ସରକାରୀ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଏମ୍ପ୍ଲୋଇଜ ଅଫ ଇଣ୍ଡିଆ(BEFI) ଓ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନ ମାର୍ଚ୍ଚ ୧୧ ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ କରିବାକୁ ଡକରା ଦେଇଛନ୍ତି।

ଦୁଇଟି ସାପ୍ତାହିକ ଅବକାଶ କରିବାକୁ ଦାବି

ବ୍ୟାଙ୍କ କର୍ମଚାରୀଙ୍କ କହିବା କଥା ପ୍ରତ୍ୟେକ ପାଞ୍ଚ ବର୍ଷରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯାଉଛି, ମାତ୍ର ୨୦୧୨ ପରଠୁ ଏହା ବନ୍ଦ ରହିଛି। ଏହା ସହିତ ବ୍ୟାଙ୍କ ୟୁନିୟନ ଦୁଇଟି ସାପ୍ତାହିକ ଅବକାଶ ଦେବାକୁ ମଧ୍ୟ ଦାବି କରିଛନ୍ତି।

   Related Posts