କନ୍ଧମାଳ ଜିଲ୍ଲାରେ ସପ୍ତାହେ ବ୍ୟାଙ୍କ ବନ୍ଦ, ହୋମ୍ କ୍ବାରେଣ୍ଟାଇନ୍‌ରେ ରହିବେ କର୍ମଚାରୀ

Published By : Prameya-News7 Bureau | July 22, 2020 IST

କନ୍ଧମାଳ ୨୨।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସବୁ ବ୍ୟାଙ୍କକୁ ସପ୍ତାହକ ପାଇଁ ବନ୍ଦ କରିଦିଆଯାଇଛି । ଏହି ସମୟରେ ବ୍ୟାଙ୍କ ପରିସରକୁ ସାନିଟାଇଜ୍ କରାଯିବ । ବ୍ୟାଙ୍କର କର୍ମଚାରୀମାନେ ଏହି ସମୟରେ ହୋମ୍ କ୍ବାରେଣ୍ଟାଇନରେ ରହିବେ । ଯଦି କୌଣସି କର୍ମଚାରୀଙ୍କ କୌଣସି କରୋନା ଲକ୍ଷଣ ଦେଖାଯିବ ସେମାନେ ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି ।

{"id":303994,"sizeSlug":"large"}

ଲକ୍ଷଣ ଦେଖାଯାଉଥିବା ବ୍ୟାଙ୍କ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯିବ। ଏହି ସମୟରେ ଏଟିଏମରେ ଯଥେଷ୍ଟ ପରିମାଣରେ କ୍ୟାସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହକ ପରେ ଯେତେବେଳେ ବ୍ୟାଙ୍କ ଖୋଲିବ ସେତେବେଳେ ୫୦ ପ୍ରତିଶତ ଷ୍ଟାଫଙ୍କୁ ନେଇ କାମ ହେବ । ବ୍ୟାଙ୍କ କର୍ମଚାରୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍  କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.